ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ

0

ଭୁବନେଶ୍ବର, ୨୪।୬:  ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। କଟକ ବିଏସ୍‌ଇ ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ। ସନ୍ଧ୍ୟା ୬ଟା ପରେ ୨ଟି ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ। bseodisha.ac.in ଓ http://bseodisha.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଇଣ୍ଟରନେଟର ସୁବିଧା ନଥିଲେ SMS ମାଧ୍ୟମରେ ବି ପରୀକ୍ଷାର୍ଥୀ ପରୀକ୍ଷା ଫଳ ପାଇପାରିବେ। ଏଥିପାଇଁ OR01 Roll No ଲେଖି 5676750କୁ SMS ପଠାଇବାକୁ ହେବ।

Leave A Reply

Your email address will not be published.