ଛାତ୍ରଙ୍କ ଟ୍ବିଟ୍‌ ପରେ ବଦଳିଲା ମୋ ବସ୍‌ର ସମୟ

ଭୁବନେଶ୍ବର, ୯।୧: ଜଣେ ଛାତ୍ରଙ୍କ ଟ୍ବିଟ୍‌ ପରେ ମୋ ବସ୍‌ର ସମୟ ପରିବର୍ତ୍ତନ କରାଯାଇଛି। ଦୀର୍ଘ ୯ ମାସ ପରେ ସ୍କୁଲ ଖୋଲିବା ପରେ ଭୁବନେଶ୍ୱରର ଏମ୍‌ବିଏସ୍ ପବ୍ଲିକ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ସାଇ ଅନ୍ୱେଷ ଅମୃତମ୍‌ ପ୍ରଧାନ ଟ୍ୱିଟ୍ ମାଧ୍ୟମରେ ‘ମୋ ବସ୍ ’ ସମୟରେ ପରିବର୍ତ୍ତନ ଯୋଗୁ ସେ ଠିକ୍ ସମୟରେ ସ୍କୁଲ ପହଞ୍ଚିବା ସମ୍ଭବପର ହେଉନଥିବା ନେଇ ‘କ୍ରୁଟ୍ ଭୁବନେଶ୍ୱର’ ଓ ଏହାର ମୁଖ୍ୟ ଅରୁଣ ବ୍ରୋଥାଙ୍କୁ ଗତକାଲି ଅବଗତ କରିଥିଲେ। ଆଉ ଏହି ଟ୍ୱିଟ୍ ଉପରେ ତତ୍କାଳ ପଦକ୍ଷେପ ନେଇ ଛାତ୍ରଙ୍କ ସୁବିଧା ନିମନ୍ତେ ଆସନ୍ତା ସୋମବାରଠାରୁ ସେହି ନିର୍ଦ୍ଦିଷ୍ଟ ମାର୍ଗରେ ଚଳପ୍ରଚଳ କରୁଥିବା ‘ମୋ ବସ’ର ସମୟରେ ପରିବର୍ତ୍ତନ କରିଛନ୍ତି। ଶ୍ରୀ ବୋଥ୍ରା ନିଜେ ଆଜି ଟ୍ୱିଟ୍ କରି ଏହି ସୂଚନା ମଧ୍ୟ ଦେଇଛନ୍ତି।

Comments are closed.