ଗଜପତିର ୨୬ ଶିକ୍ଷକ କରୋନା ସଂକ୍ରମିତ

ଭୁବନେଶ୍ବର, ୯।୧: ସ୍କୁଲ ପରିସରରେ କରୋନା ତାଣ୍ଡବ। ସ୍କୁଲ ଖୋଲିବାର ଗୋଟିଏ ଦିନ ହୋଇଛି କି ନାହିଁ ଗଜପତି ଜିଲ୍ଲାର ୨୬ ଜଣ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୁଇ ଦିନରେ ଦୁଇ ଜଣ ଛାତ୍ର ସହ ୨୬ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସର୍ବାଧିକ ମୋହନା ବ୍ଲକରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍‌ ପରୀକ୍ଷା କେନ୍ଦ୍ରରୁ ୧୦ ଜଣ ଚିହ୍ନଟ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ପାତ୍ର।

କରୋନାରେ ଆକ୍ରାନ୍ତ ହୋଇଥିବା ଶିକ୍ଷକ ଓ ବିଦ୍ୟାର୍ଥୀଙ୍କର କୌଣସି ଲକ୍ଷଣ ନାହିଁ। ତେବେ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ସେମାନେ ସ୍କୁଲ ଆସିବେ ନାହିଁ। ସଙ୍ଗରୋଧରେ ରହିବେ। ଆରୋଗ୍ୟ ହେଲା ପରେ ସ୍କୁଲ ଆସିବେ। ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇ ଥିଲା। ମୋଟ୍‌ ୩୧ କରୋନା ଆକ୍ରାନ୍ତଙ୍କ ଭିତରେ ଗତକାଲି ୧୭ ଓ ଆଜି ୧୪ ଜଣ ଅଛନ୍ତି। ଯାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି।

Comments are closed.