ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡକୁ ୧୫ ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ, ୮।୧: ଆତଙ୍କବାଦୀମାନଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ମାମଲାରେ ଗିରଫ ହୋଇଥିବା ଲସ୍କର-ଏ-ତୋଏବାର କୁଖ୍ୟାତ ଆତଙ୍କବାଦୀ ଜାକିଉର୍ ରେହମାନ ଲଖ୍‌ବିକୁ ୧୫ ବର୍ଷର ଜେଲ୍ ଦଣ୍ଡାଦେଶ ମିଳିଛି। ଆଜି ଲାହୋରର ଆଣ୍ଟି ଟେରୋରିଜମ୍ କୋର୍ଟ ଜାକିଉରକୁ ଦୋଷୀ ଘୋଷିତ କରିବା ସହ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଥାଉ କି ଜାକିଉର ରେହମାନ ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣର ମଧ୍ୟ ମାଷ୍ଟରମାଇଣ୍ଡ ଥିଲା।

କେବଳ ମୁମ୍ବାଇ ଆକ୍ରମଣ ନୁହେଁ, ଜାକିଉର୍ ବିରୋଧରେ ଆତଙ୍କୀବାଦକୁ ଫଣ୍ଡିଂ କରିବାର ମାମଲା ମଧ୍ୟ ରହିଛି। ସେ ଡିସ୍‌ପେନ୍ସରୀ ନାମରେ ଫଣ୍ଡ୍ ସଂଗ୍ରହ କରୁଥିଲା ଏବଂ ଏହାକୁ ସେ ଆତଙ୍କବାଦୀଙ୍‌କ କାମ ପାଇଁ ବ୍ୟବହାର କରୁଥିଲା। ଅର୍ଥାତ୍ ମୋଟାମୋଟି ଭାବେ କହିବାକୁ ଗଲେ ସେ ଏହି ଫଣ୍ଡକୁ ଆତଙ୍କୀ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ବିନିଯୋଗ କରୁଥିଲା।

ଆମେରିକା ଦ୍ବାରା ଆତଙ୍କବାଦୀ ଘୋଷିତ ହେବା ସତ୍ତ୍ୱେ ଜାକିଉରକୁ ଗିରଫ କରାଯାଉନଥିଲା। କିନ୍ତୁ ଆଗାମୀ ଦିନରେ ହେବାକୁ ଥିବା ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF)ର ବୈଠକ ପୂର୍ବରୁ ପାକିସ୍ତାନ ଆକ୍ସନ୍ କଡ଼ା ପଦକ୍ଷେପ ଉଠାଇବା ସହ ଜାକିଉରକୁ ଗିରଫ କରିଥିଲା। ମୁମ୍ବାଇରେ ହୋଇଥିବା ଆତଙ୍କୀ ହମଲାରେ ହଫିଜ୍ ସଇଦ ସହ ଜାକିଉର୍ ମଧ୍ୟ ମୁଖ୍ୟ ଅଭିଯୁକ୍ତ। ଏହି ମାମଲାରେ ଜାକିଉରକୁ ଜେଲ୍ ହୋଇଥିଲା, କିନ୍ତୁ ସେ ୨୦୧୫ରୁ ଜାମିନ୍ ପାଇ ବାହାରେ ବୁଲୁଛି। କିନ୍ତୁ ନିକଟରେ ତା’ର ଗିରଫଦାରୀକୁ ନେଇ ଆମେରିକା ଖୁସି ପ୍ରକଟ କରିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ-ଫେବୃଆରୀରେ FATFର ବୈଠକ ହେବ। ଏହି ସଂସ୍ଥା ଆତଙ୍କୀ ବିରୋଧରେ ଲଢ଼ିବା ପାଇଁ ଦେଶଗୁଡ଼ିକୁ ଟଙ୍କା ପ୍ରଦାନ କରିଥାଏ।

Comments are closed.