ପୂରା ଓଡ଼ିଶାକୁ ଛୁଇଁଲା ମୌସୁମୀ

ଭୁବନେଶ୍ବର, ୨୦।୬: ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଚଳିତ ବର୍ଷ ଜୁନ୍‌ ୧୬ ତାରିଖରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା। ମୌସୁମୀ ପ୍ରଭାବରେ  ଆଉ ୪ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ରୁ ଅତି ପ୍ରବଳ ବର୍ଷା (୧୧ରୁ ୨୦ ସେମି) ବର୍ଷା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହୋଇଥିଲା। ରାଜ୍ୟରେ ମୌସୁମୀ ବର୍ଷା ହେବା ଫଳରେ ତାତି ଓ ଗୁଳୁଗୁଳିରୁ ତ୍ରାହି ମିଳିଛି।

Comments are closed.