ପୋପ୍‌ଙ୍କୁ ଭେଟିଲେ ନବୀନ

ରୋମ, ୨୨/୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରୋମ୍‌ର ଭାଟିକାନ ସିଟିରେ ପୋପ୍‌ଙ୍କୁ ଭେଟିଛନ୍ତି। ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି ନବୀନ। ଏହି ଭେଟଘାଟକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ଲାଗି ରହିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସଚିବ (୫-ଟି) ଭିକେ ପାଣ୍ଡିଆନ୍‌ ଉପସ୍ଥିତ ରହିଥିଲେ।

ଗସ୍ତସୂଚୀ ଅନୁସାରେ, ମୁଖ୍ୟମନ୍ତ୍ରୀ ୨୪ ତାରିଖ ଯାଏ ରୋମ୍‌ରେ ରହିବେ। ଏହା ଭିତରେ ରୋମ୍‌ରେ ଆୟୋଜିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିରେ ନବୀନ ଓଡ଼ିଶାର ଖାଦ୍ୟ ସୁରକ୍ଷା ସଫଳତାର କାହାଣୀ ବଖାଣିବେ। ପୋପ୍‌ଙ୍କୁ ଭେଟିବାରେ ନବୀନ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ।

୨୪ରେ ସେ ରୋମ୍‌ରୁ ୟୁରୋପ ଯିବେ। ୨୬ରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତ କରିବେ। ୨୯ରେ ଦୁବାଇରେ ଆୟୋଜିତ ପୁଞ୍ଜିନିବେଶ ସମ୍ମିଳନୀରେ ଯୋଗ ଦେବେ। ଏହି ଗସ୍ତ ସମୟରେ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି। ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଇଛନ୍ତି।

Comments are closed.