ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ସମ୍ମୁଖରେ ମା’ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

0

ଭୁବନେଶ୍ବର, ୨୮।୭: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବାସଭବନ ଆଗରେ ଆଜି ଦୁଇ ଜଣ ମାଆ-ପୁଅ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗତକାଲି କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ହଙ୍ଗାମା କରିବା ପରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବା  ଉଦ୍ୟମ କରୁଥିବା ବେଳେ ସେମାନଙ୍କ କାବୁ କରିବାକୁ ଉଦ୍ୟମ କରିଛନ୍ତି କ୍ୟାପିଟାଲ ଥାନା ପୁଲିସ।

ସୂଚନାନୁଯାୟୀ, ଦଶମ ଅଫଲାଇନ୍ ଫର୍ମ ପୂରଣରୁ ବାଦ ପଡ଼ିବା ଅଭିଯୋଗରେ ଆଜି ଜଣେ ଦଶମ ଶ୍ରେଣୀ ଛାତ୍ର ଓ ତାଙ୍କ ମାଆ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମାଆ-ପୁଅଙ୍କୁ ବୁଝାସୁଝା କରିଛି। ଏହି ଛାତ୍ର ଜଣଙ୍କ ଭୁବନେଶ୍ଵର ୟୁନିଟ୍-୯ ଅଞ୍ଚଳର। ତେବେ ଦଶମ ଶ୍ରେଣୀ ଅଫଲାଇନ୍ ପରୀକ୍ଷା ଫର୍ମ ପୂରଣ ହୋଇ ନପାରିବାରୁ ଗତକାଲି କ୍ୟାପିଟାଲ ହାଇସ୍କୁଲ ପାଖରେ ହଙ୍ଗାମା କରିଥିଲେ ମାଆ-ପୁଅ।

 

Leave A Reply

Your email address will not be published.