ଶ୍ମଶାନ ଛାତ ଭୁଷୁଡ଼ି ୧୬ ମୃତ

0

ଭୁବନେଶ୍ବର, ୩।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ନିର୍ମାଣଧୀନ ଛାତ ଭାଙ୍ଗିଯାଇଛି। ମୁରାଦନଗରଠାରେ ଥିବା ଶ୍ମଶାନ ଘାଟରେ ହୋଇଥିବା ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକମାନଙ୍କର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗାଜିଆବାଦ ଜିଲ୍ଲାର ମୁରାଦନଗରସ୍ଥିତ ଶ୍ମଶାନ ଘାଟରେ କିଛି ଲୋକ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ପହଁଞ୍ଚିଥିଲେ। କିନ୍ତୁ ଲଗାଣ ବର୍ଷା ପରେ ଛାତ ଭାଙ୍ଗି ଯାଇଥିଲା, ଯାହା ଭିତରେ ବହୁ ଲୋକ ଦବି ହୋଇ ରହିଛନ୍ତି ବୋଲି ଜଣାପଡିଛି। ଏହି ଘଟଣା ପରେ ପୁଲିସ ରେସକ୍ୟୁ ଅପରେସନ୍ ଆରମ୍ଭ କରିଦେଇଥିଲା। କ୍ରେନ ସହାୟତାରେ ଆବର୍ଜନା ହଟାଇବା ପରେ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ।

ମିଳିଥିବା ସୂଚନା ଅନୁସାରେ, ଆଜି ଦିଲ୍ଲୀ ଏନ୍‌ସିଆର୍‌ରେ ଲଗାଣ ବର୍ଷା ଜାରି ରହିଛି। ଶ୍ମଶାନ ଘାଟ ମୁରାଦନଗର ଥାନା ଅନ୍ତର୍ଗତ ଉଖରାନୀ/ବମ୍ବା ରୋଡରେ ରହିଛି। ମୁରାଦନଗର ସ୍ଥିତ ଶ୍ମଶାନ ଘାଟରେ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଆସିଥିଲେ। ବର୍ଷା କାରଣରୁ ଏହି ଲୋକ ଛାତ ତଳେ ଠିଆ ହୋଇଥିଲେ। ଆଉ ଠିକ୍ ସେହି ସମୟରେ ଛାତ ଭୁଶୁଡି ପଡିଥିଲା। ସୂଚନା ପାଇ ପୋଲିସ ଓ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲେ।ପୋଲିସର କହିବା ଅନୁସାରେ, ଗାଜିଆବାଦ ଥାନା ଅନ୍ତର୍ଗତ ମୁରାଦବାଦର ଉଖରଲାରସି ଗାଁରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାପରେ ପରିବାର ଲୋକ ଏବଂ ବନ୍ଧୁବାନ୍ଧବ ମୃତବ୍ୟକ୍ତିଙ୍କୁ ଦାହ ସଂସ୍କାର ପାଇଁ ଶ୍ମଶାନ ଘାଟ ନେଇକି ଯାଇଥିଲେ।

Leave A Reply

Your email address will not be published.