ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବାସଭବନକୁ ଅବହେଳା ନେଇ ପ୍ରଶ୍ନ କଲେ ସୌମ୍ୟରଞ୍ଜନ

0

ଭୁବନେଶ୍ବର, ୨୮।୩: ଆଜି ଗୃହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଅବହେଳିତ ବାସଭବନ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଆମେ କାହାକୁ ନେଇ ଗର୍ବ କରିବା? ଐତିହ୍ୟ ପରମ୍ପରାକୁ ନେଇ ଗର୍ବ କରିବା। ଏଠି ମୁଁ କାହାକୁ ଛୋଟ ବଡ଼ କହିବାକୁ ଚାହୁଁ ନାହିଁ। ଗୃହରେ ମୋ ସହ ସମସ୍ତେ ସହମତ ହେବେ।

ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ଜରାଜୀର୍ଣ୍ଣ ଘରର ଫଟୋ ଦେଖାଇ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ତାଙ୍କ ବାସଭବନ ଏବେ କିଭଳି ପରିସ୍ଥିତିରେ ଅଛି? ଘର ପୋଡ଼ିଗଲେ କଳା ଜରି ଖଣ୍ଡେ ଯୋଗାଇ ଦଉଛେ। ପୂର୍ବ ପୁରୁଷଙ୍କୁ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ। ଏ ସ୍ଥାନରେ ପଦକ୍ଷେପ କାହିଁକି ନିଆ ଯାଇନାହିଁ? ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆବାସ ଯୋଗାଇ ଦେବା କଣ ଆମର ଦାୟିତ୍ୱ ନୁହେଁ? ଜଣେ ବିଦେଶୀ ସେହି ବାଟ ଦେଇ ଗଲାବେଳେ, ଟୁରିଷ୍ଟ ଗାଇଡ ମଧ୍ୟ ଏହାକୁ ପୂର୍ବତନ ଘର ବୋଲି କହି ଦେଖାଇବାକୁ ନିଜକୁ ସଂକୋଚ ମନେ କରିବ। ଏମିତି ସମ୍ମାନ ଦେବା ଯେ ଯାହା ଲୋକେ ଜାଣିବେ। ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ସୌମ୍ୟରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।

 

Leave A Reply

Your email address will not be published.