ବଦଳିଲେ ନୟାଗଡ଼ ଏସ୍‌ପି

ଭୁବନେଶ୍ବର, ୨୩।୧୨: ବଦଳିଲେ ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର। ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି (ମୁଖ୍ୟାଳୟ) ଭାବେ ନିଯୁକ୍ତି ଦିଆଯାଇଛି। ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଦୁର୍ବଳ ତଦନ୍ତକୁ ନେଇ ନୟାଗଡ଼ ଏସ୍‌ପିଙ୍କ ଉପରେ ଅଙ୍ଗୁଳି ଉଠିଥିଲା। ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇ ଆସୁଥିଲା। ତେବେ ଆଜିର ବଦଳି ପାଇଁ କାରଣ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ପରୀ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚର୍ଚ୍ଚା ହେଉଛି। ସରକାର ନୟାଗଡ଼ ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଏସଡିପିଓ ଭାବେ ବଦଳି କରାଯାଇଛି । ପରୀ ମା’ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ପରେ ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବିତ କରାଯାଇଛି । ପରୀ ହତ୍ୟା ମାମଲାରେ ଏବେ ଏସ୍‌ଆଇଟି ତଦନ୍ତ କରୁଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

Comments are closed.