ଉତ୍ତର ପ୍ରଦେଶ ପ୍ରବେଶ ପାଇଁ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଜରୁରି

0

ଲକ୍ଷ୍ନୌ, ୧୮।୭: ଏଣିକ ଉତ୍ତର ପ୍ରଦେଶରେ ପ୍ରବେଶ କରିବାକୁ ହେଲେ କୋଭିଡ୍ ଆର୍‌ଟି-ପିସିଆର୍‌ ରିପୋର୍ଟ ନେଗେଟିଭ୍ ହୋଇଥିବା ଆବଶ୍ୟକ। ଏହି ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଯେଉଁ ରାଜ୍ୟଗୁଡ଼ିକରେ ସଂକ୍ରମଣ ହାର ୩ ପ୍ରତିଶତରୁ ଅଧିକ ଥିବ ସେହି ରାଜ୍ୟର ନାଗରିକଙ୍କ ପାଇଁ ନେଗେଟିଭ୍‌ ଆର୍‌ଟି-ପିସିଆର୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କର ୯ ଣି ଟିମ୍‌ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ବୈଠକ କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି।

ନୂଆ ଗାଇଡ୍‌ଲାଇନ୍ ଅନୁସାରେ, ଉତ୍ତର ପ୍ରଦେଶକୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କ ପାଇଁ କୋଭିଡ୍‌ ନେଗେଟିଭ୍ ରିପୋର୍ଟ ବାଧ୍ୟାତମୂଳକ କରାଯାଇଛି। ଏହି ରିପୋର୍ଟ  ଯେମିତି ୪ ଦିନ ତଳର ହୋଇନଥିବ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଅକାଶ ପଥ, ରେଳ ପଥ ଓ ସଡ଼କ ପଥ ଦେଇ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ସେହିଭଳି ଯେଉଁମାନେ ନିଜ ବ୍ୟକ୍ତିଗତ ଗାଡ଼ିରେ ୟୁପି ଆସିବେ ସେମାନଙ୍କୁ ମଧ୍ୟ ଏହି ନିୟମ ମାନିବାକୁ ପଡ଼ିବ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ତା ସହିତ ହାଇପଜିଟିଭ୍‌ ରେଟ୍ ଥିବା ରାଜ୍ୟଗୁଡ଼ିକରୁ ଆସୁଥିବା ଲୋକଙ୍କର ଥର୍ମାଲ ସ୍କାନିଂ, ଆଣ୍ଟିଜେନ୍ ଟେଷ୍ଟିଂକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀମାନଙ୍କୁ ଟେଷ୍ଟ, ଟ୍ରାକ୍ ଓ ଟ୍ରେଟ୍‌ମେଣ୍ଟ ନୀତି ଆପଣାଇବାକୁ ଯୋଗୀ କହିଛନ୍ତି।

ସୂଚନା ଥାଉ କି, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ରାଜ୍ୟରେ ୭ରୁ ଅଧିକ ଜିଲ୍ଲା ଏବେ କରୋନା ମୁକ୍ତ ହୋଇପାରିଛି। ବର୍ତ୍ତମାନ ରାଜ୍ୟରେ ସୁସ୍ଥ ହାର ୯୮.୬ ପ୍ରତିଶତକୁ ବୃଦ୍ଧି ପାଇଛି।

Leave A Reply

Your email address will not be published.