ଦାୟିତ୍ବ ଗ୍ରହଣ କଲେ ନୂଆ ଡିଜିପି ସୁନୀଲ ବଂଶଲ

କଟକ, ୩୧।୧୨: କଟକ ପୁଲିସ୍ ମୁଖ୍ୟାଳୟରେ ନୂଆ ଡିଜିପି ସୁନୀଲ ବଂଶଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତ୍ତମାନର ପୁଲିସ ଡିଜି ଅଭୟଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତିସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ବଂଶଲ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଁଚିଥିଲେ। ନବନିଯୁକ୍ତ ପୁଲିସ ଡିଜିଙ୍କୁ ପୁଲିସ କମିନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର୍‌ର ବଂଶଲ ଢେଙ୍କାନାଳ ଓ ମୟୁରଭଞ୍ଜରେ ଏସ୍‌ପି ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି ଗତ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଇଣ୍ଟେଲିଜେନ୍ସ ବ୍ୟୁରୋ ଦକ୍ଷତାର ସହ କାର୍ଯ୍ୟ ଭାର ତୁଲାଉଥିଲେ।

ଦାୟିତ୍ୱ ଗ୍ରହଣ ପରେ ଡିଜିପି ସୁନୀଲ ଵଂଶଲ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଡ଼ିଶା ପୁଲିସର ସଫଳତାକୁ ଆଗକୁ ବଢ଼ାଇବେ ବିପର୍ଯ୍ୟୟ ମୁକାବିଲାରେ ପୁଲିସର ଭୂମିକାକୁ ଦୃ କରାଯିବ। ସେବା ସହ ସୁରକ୍ଷା ଯୋଗାଇବା ମୋର ପ୍ରାଥମିକତା ରହିବ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଦୃଢ ପଦକ୍ଷେପ ନିଆଯିବ ମାଓ ମୁକାଵିଲା ପାଇଁ ଅନ୍ୟ ରାଜ୍ୟ ସହ ସମନ୍ବର ରଖି କାମ କରାଯିବ। ନିର୍ବାଚନକୁ ମୁକ୍ତ ଅବାଧ କରିବା ପାଇଁ ପୁରା ପ୍ରୟାସ ରହିବ। ଶିଶୁ ଓ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ନିୟନ୍ତ୍ରଣ କରାଯିବ।

ଏହାସହ ଡିଜି କହିଛନ୍ତି , ଆମର ଯେତିକି ସମ୍ବଳ ଅଛି ସେଥିରେ ଆଇନ ଶୃଙ୍ଖଳା ଓ ତଦନ୍ତ ଏକାସାଙ୍ଗରେ ଚାଲିପାରିବ। ମୋ ସରକାର ସ୍କିମକୁ ଲାଗୁ କରାଇବା ପାଇଁ ପୁରା ପ୍ରୟାସ ରହିବ। ମୋ ସରକାର ଅନୁପାଳନ କଲେ ପୁଲିସ ବିଭାଗରେ ସ୍ବଚ୍ଛତା ଆଣି ହେବ ବୋଲି ନିଜର ପ୍ରତିକ୍ରିୟାରେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇ ସୁନୀଲ ବଂଶଲ କହିଛନ୍ତି ।

Comments are closed.