ଆଜି ରାତିରେ ନାଇଟ୍‌ କଫ୍ୟୁ: ୧୦ଟା ଭିତରେ ଘରକୁ ଫେରିବାକୁ ତାଗିଦ୍

ଭୁବନେଶ୍ବର ୩୧।୧୨ : ଜିରୋ ଆ‌ୱାର୍‌ରେ ଲାଗିଲା କଫ୍ୟୁ। ଆଜି ରାତି ୧୦ଟାରୁ ସକାଳ ୫ଟା ଯାଏ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟ ଲାଗୁ ହେବ। ରାତି ୧୦ ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ। ଏନେଇ  ଟ୍ବିଟ୍‌ କରି ସୂଚନା ଦେଲେ ଏସ୍‌ଆର୍‌ସି ପ୍ରଦୀପ ଜେନା। ତେବେ କର୍ଫ୍ୟୁ ସମୟରେ ଜାରି ରହିବ ଅତ୍ୟାବଶ୍ୟକ ସେବା। ନୂଆବର୍ଷରେ କରୋନା ସଂକ୍ରମିତ ସଂଖ୍ୟା ଯେପରି ନ ବୃଦ୍ଧି ପାଇବ, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସର୍ବସାଧାରଣ ସ୍ଥାନରେ ଏକକାଳୀନ ୫ରୁ ଉର୍ଦ୍ଧ୍ବ ଲୋକ ଏକାଠି ହୋଇପାରିବେ ନାହିଁ। ଡିସେମ୍ବର ୩୧ ତାରିଖ ରାତି ୧୧ଟାରୁ ଜାନୁଆରୀ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ। ଏହାବ୍ୟତୀତ ଜାନୁଆରୀ ୧ ତାରିଖ ରାତି ୧୧ଟାରୁ ୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟ ସାର୍ବଜନୀନ ସ୍ଥାନରେ ଲୋକେ ଜମା ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comments are closed.