ବିଜେପିରେ ସାମିଲ ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର

0

ପାଟନା, ୨୮/୧: ବିଜେପିରେ ସାମିଲ ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର। ଆଜି ବିହାରର ରାଜଭବନରେ ୯ମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନୀତୀଶଙ୍କ ସହ ଜନତା ଦଳ (ୟୁନାଇଟେଡ୍) ନେତା ବିଜୟ କୁମାର ଚୌଧୁରୀ ଓ ବିଜେନ୍ଦ୍ର ପ୍ରସାଦ ଯାଦବ ଏବଂ ବିଜେପି ନେତା ସମ୍ରାଟ ଚୌଧରୀ ଓ ବିଜୟ ସିହ୍ନା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କୁହାଯାଉଛି ଯେ, ସମ୍ରାଟ ଚୌଧରୀ ଏବଂ ବିଜୟ ସିହ୍ନା ବିହାରର ଉପମୁଖ୍ୟମନ୍ତ୍ରୀ ହେବେ। ଆଜି ମୁଁ ଇସ୍ତଫା ଦେଇଛି ଓ ରାଜ୍ୟ ସରକାର ଭାଙ୍ଗି ଦେବାକୁ ରାଜ୍ୟପାଳଙ୍କୁ କହିଛି ବୋଲି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଜି ସକାଳେ କହିଥିଲେ। ରାଜ୍ୟପାଳଙ୍କୁ ଭେଟି ନୀତୀଶ ତାଙ୍କୁ କହିଥିଲେ, ରାଜ୍ୟରେ ମହାଗଠବନ୍ଧନଠାରୁ ସମ୍ପର୍କ ବିଚ୍ଛିନ୍ନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତୀଶ କୁମାର ବିଜେପିରେ ସାମିଲ ହେବା ସହ ଏବେ ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହାକୁ ମିଶାଇ ‘ଜେଡି(ୟୁ)’ ମୁଖ୍ୟ ନୀତୀଶ ୪ର୍ଥ ଥର ମେଣ୍ଟ ବଦଳାଇଲେଣି।

 

Leave A Reply

Your email address will not be published.