ଫେବୃଆରି ୮ ଯାଏଁ ବଢ଼ିଲା ବିଏସ୍‌କେୱାଇ-ନବୀନ କାର୍ଡ ଆବେଦନ ଅବଧି

0

ଭୁବନେଶ୍ବର, ୨୮/୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ନବୀନ କାର୍ଡ ଆବେଦନ ଅବଧି ବଢ଼ିଛି। ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନର ଅବଧି ବଢ଼ିଛି। ରାଜ୍ୟ ସରକାର ଆଜି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ଆବେଦନ ଅବଧୀ ବଢ଼ିଲା ପରେ ଜାନୁଆରୀ ୨୬ରେ ଏହାର ଅବଧି ସରିଥିଲା। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶ ପରେ ଆଜି ଅପରାହ୍ନରୁ ଲାଗୁ ହୋଇଛି। ପଞ୍ଚାୟତସ୍ତରରେ ତ୍ବରାନ୍ବିତ କରିବାକୁ ସଚିବଙ୍କ ନିର୍ଦ୍ଦେଶ ହୋଇଛି। ଶ୍ରୀମତୀ ପଣ୍ଡିତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରରେ ଲୋକଙ୍କୁ ଏସଂପର୍କରେ ସଚେତନ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ସଂପ୍ରସାରଣ ଆରମ୍ଭ କରିଛନ୍ତି। ସରକାରୀ କର୍ମଚାରୀ ଓ କରଦାତାଙ୍କ ବ୍ୟତୀତ ଗ୍ରାମାଞ୍ଚଳର ଯେଉଁ ବ୍ୟକ୍ତିମାନେ ବିଏସ୍‌କେୱାଇ କାର୍ଡରେ ପଞ୍ଜୀକରଣ ହୋଇପାରିନାହାନ୍ତି ସେମାନଙ୍କ ପାଇଁ ବିଏସ୍‌କେୱାଇ-ନବୀନ କାର୍ଡର ଶୁଭାରମ୍ଭ ‌କରିଛନ୍ତି। ଏହିଭିତ୍ତିରେ ଚଳିତମାସ ୬ ତାରିଖରୁ ଏହି କାର୍ଡର ପଞ୍ଜୀକରଣ ଆରମ୍ଭ ହୋଇଥିଲା। ପଞ୍ଚାୟତସ୍ତରରେ ୧୬ ତାରିଖ ପର୍ଯ୍ୟନ୍ତ ଏହାର ପଞ୍ଜୀକରଣ ଜାରି ରହିଥିଲା। କିନ୍ତୁ ପରେ ଜାନୁଆରି ୨୬ ଯାଏଁ ଅବଧୀ ବଢ଼ାଯଶଇଥିଲା।

 

Leave A Reply

Your email address will not be published.