ଚଳିତ ବର୍ଷ ବି ବନ୍ଦ ହେଲା ଅମରନାଥ ଯାତ୍ରା, ଅନ୍‌ଲାଇନରେ ଭକ୍ତ କରିବେ ବାବାଙ୍କ ଦର୍ଶନ

ନୂଆଦିଲ୍ଲୀ ୨୧୬: ଏଥର ବି ଅମରନାଥ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ଏହା ଫଳରେ ଅମରନାଥ ଯାତ୍ରାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କୁ ନିରାଶ ହେବାକୁ ପଡ଼ିଛି। କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦେଖି ଅମରନାଥ ଶ୍ରାଇନ୍ ବୋର୍ଡ ଦ୍ୱାରା ଚଳିତ ବର୍ଷ ମଧ୍ୟ ଅମରନାଥ ଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ଭକ୍ତ ଅନଲାଇନରେ ବାବାଙ୍କୁ ଦର୍ଶନ କରିପାରିବେ ୨୦୨୦ରେ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ଅମରନାଥ ଯାତ୍ରା ବନ୍ଦ କରାଯାଇଥିଲାଶ୍ରାଇନ୍ ବୋର୍ଡ ତରଫରୁ କୁହାଯାଇଛି, ଏହି ଯାତ୍ରାରେ ସାରା ଦେଶର ବିଭିନ୍ନ ଭାଗରୁ ଭକ୍ତ ସାମିଲ ହେବେ ତେଣୁ କରୋନା ବ୍ୟାପିବାର ଆଶଙ୍କା ଅଧିକ ରହିଛି ତେଣୁ ସେମାନେ ନିଜ ଘରେ ରହି ସୁରକ୍ଷିତ ଭାବେ ଅନଲାଇନରେ ବାବାଙ୍କୁ ଦର୍ଶନ କରନ୍ତୁଶ୍ରଦ୍ଧାଳୁଙ୍କ ଭାବନାକୁ ନଜରରେ ରଖି ବୋର୍ଡ ସକାଳ ଓ ସନ୍ଧ୍ୟା ଆରତୀ ଲାଇଭ୍ ଦର୍ଶନ କରାଇବା ବ୍ୟବସ୍ଥା କରିବା ପାଇଁ ନିଷ୍ପତି ନେଇଛି । ପ୍ରତିଦିନ ଉଭୟ ଆରତୀର ଲାଇଭ୍ ଦର୍ଶନ ବ୍ୟବସ୍ଥା କରାଯିବ ।

 

Comments are closed.