କୋର୍ଟ ସମ୍ପର୍କରେ ସବିଶେଷ ବିବରଣୀ ଦେବ ‘ଟେଲିଗ୍ରାମ୍‌ ଚ୍ୟାନେଲ୍‌ ଆପ୍‌’

କଟକ, ୧୪।୭: ହାଇକୋର୍ଟ ପକ୍ଷରୁ ଓକିଲ, ମହକିଲ ଜନସାଧାରଣଙ୍କ ସୁବିଧା ଲାଗି ଟେଲିଗ୍ରାମ୍‌ ଚ୍ୟାନେଲ୍‌ଖୋଲାଯାଇଛି ଏହି ଚ୍ୟାନେଲ୍‌ ଜରିଆରେ କୋର୍ଟର ବିଭିନ୍ନ ଘଟଣାବଳୀ, ସର୍କୁଲାର୍‌ସ୍‌, ନୋଟିସ୍‌, ପ୍ରେସ୍‌ ରିଲିଜ୍‌କଜ୍‌ ଲିଷ୍ଟ ଆଦି ସମ୍ପର୍କରେ ଜଣେ ସବିଶେଷ ଖବର ପାଇପାରିବ ଏହି ଚ୍ୟାନେଲ୍‌ ସହ ସାମିଲ୍‌ ହେବା ପାଇଁ ନିଜ ନିଜ ମୋବାଇଲ୍‌ରେ ଟେଲିଗ୍ରାମ୍‌ ଚ୍ୟାନେଲ୍‌ ଆପ୍‌ଡାଉନ୍‌ଲୋଡ୍‌ କରିବାକୁ କୁହାଯାଇଛିକୋର୍ଟ ୱେବ୍‌ସାଇଟ୍‌ ନଖୋଲି ମଧ୍ୟ ଜଣେ ବ୍ୟକ୍ତି ଏହି ଆପ୍‌ ଜରିଆରେ ଅପ୍‌ଡେଟ୍‌ ଖବର ପାଇପାରିବେ । ଏପରିକି କୋର୍ଟ ୱେବ୍‌ସାଇଟ୍‌ କୌଣସି କାରଣରୁ ନଖୋଲିଲେ ମଧ୍ୟ ଏହି ଆପ୍‌ ଜରିଆରେ କୋର୍ଟର ସବିଶେଷ ଖବର ମିଳିପାରିବ । ଆସନ୍ତା ୧୯ ତାରିଖରୁ ଏହି ଆପ୍‌ରେ ସମସ୍ତ ଖବର ପ୍ରଦାନ କରାଯିବ ବୋଲି ହାଇକୋର୍ଟ ସୂତ୍ରରୁ ଜଣାପଡିଛି ।

Comments are closed.