ଏବେ କରୋନା ଟିକା ନେଇପାରିବେ ଗର୍ଭବତୀ ମହିଳା

0

ନୂଆଦିଲ୍ଲୀ, ୨।୭: ଏଥର କରୋନା ଟିକା ନେଇପାରିବେ ଗର୍ଭବତୀ ମହିଳା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଗର୍ଭବତୀ ମହିଳାଙ୍କ ଟିକାକରଣ ନେଇ ନ୍ୟାସ୍‌ନାଲ ଟେକ୍ନିକାଲ ଆଡ୍‌ଭାଇଜର ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍‌(ଏନ୍‌ଟିଏଜିଆଇ) ପ୍ରସ୍ତାବ ଦେଇଥିଲା। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଗ୍ରହଣ କରିଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଗର୍ଭବତୀ ମହିଳାମାନେ ଏବେ ଟିକା ନେବା ପାଇଁ କୋ-ଇନ ଆପ୍‌ରେ ପଞ୍ଜୀକରଣ କରିପାରିବେ କିମ୍ବା ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ।
ସ୍ୱାସ୍ଥ୍ୟମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ ଗର୍ଭବତୀଙ୍କ ଟିକାକରଣ ପାଇଁ ଗାଇଡ୍‌ଲାଇନ୍‌ରେ ଯାହା ସବୁ ରହିଛି ଯଥା ମେଡିକାଲ ଅଫିସରଙ୍କ ପାଇଁ କାଉନସେଲିଂ କିଟ୍‌ କିମ୍ବା ଏଫ୍‌ଏଲ୍‌ଡବ୍ଲୁଏସ୍ ଏବଂ ଲୋକଙ୍କ ପାଇଁ ଆଇସି ମ୍ୟାଟେରିଆଲ୍‌କୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଶେୟାର କରାଯାଇଛି। ଯାହାଫଳରେ ଟିକାକରଣ ଭଲଭାବରେ ହୋଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି।
ସୂଚନା ଥାଉକି ଏହା ପୂର୍ବରୁ ଆଇସିଏମ୍‌ଆର୍‌ ( ଇଣ୍ଡିଆନ୍ କାଉନ୍‌ସେଲିଂ ଫର୍‌ ମେଡିକାଲ୍‌ ରିସର୍ଚ)ର ନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ ମଧ୍ୟ ଗର୍ଭବତୀଙ୍କୁ ଟିକା ଦିଆଯିବ ଉଚିତ ଓ ସେମାନଙ୍କ ପାଇଁ ଟିକାକରଣ ଆବଶ୍ୟକ ବୋଲି କହିଥିଲେ। କାରଣ ନିକଟରେ ଆଇସିଏମ୍‌ଆର୍‌ ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ଦର୍ଶାଯାଇଥିଲା ଯେ କରୋନାର ଦ୍ୱିତୀୟ ଲହରରେ ଗର୍ଭବତୀ ମହିଳା କିମ୍ବା ପ୍ରସୂତି ମହିଳାମାନେ ଅଧିକ ସଂକ୍ରମିତ ହୋଇଛନ୍ତି। ଏହି ରିପୋର୍ଟକୁ ଆଖି ଆଗରେ ରଖି ଗର୍ଭବତୀ ମହିଳାଙ୍କ ଟିକାକରଣ ଆବଶ୍ୟକ ବୋଲି କହିଥିଲେ ଆଇସିଏମ୍ଆର୍‌ ନିର୍ଦ୍ଦେଶକ ।

Leave A Reply

Your email address will not be published.