ଟିକାକରଣରେ ଓଡ଼ିଶାରେ ୯ମ ସ୍ଥାନରେ

0

ଭୁବନେଶ୍ବର, ୧୩।୨: କରୋନା ନିୟନ୍ତ୍ରଣ ଓ ଟିକାକରଣରେ ଭଲ ପ୍ରଦର୍ଶନ କରିଥିବା ଓଡ଼ିଶା ଏବେ ବହୁ ପଛରେ ପଡ଼ିଯାଇଛି। କୋଭିଡ୍ ଟିକାକରଣ ଆରମ୍ଭ ହେବାର ପ୍ରାରମ୍ଭିକ ସପ୍ତାହରେ ବେଶ୍ ଭଲ ପ୍ରଦର୍ଶନ କରି ସର୍ବଭାରତୀୟସ୍ତରରେ ଦ୍ୱିତୀୟ ସ୍ଥାନରେ ଥିବା ଓଡ଼ିଶା ଏବେ ନବମ ସ୍ଥାନକୁ ଖସିଆସିଛି। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କୋଭିଡ୍ ଟିକାକରଣର ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଅନୁସାରେ, ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମଗ୍ର ଦେଶରେ ମୋଟ ୮୦ଲକ୍ଷ ୪୪ହଜାର ୭୮୬ଜଣ ବ୍ୟକ୍ତିଙ୍କର ଟିକାକରଣ ହୋଇଥିବା ବେଳେ ସେଥିରେ ୭୬୬୮ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ମଧ୍ୟ ପ୍ରଦାନ କରାଯାଇଛି।

ସର୍ବାଧିକ ୮ଲକ୍ଷ ୫୮ହଜାର ୬୦୨ଜଣଙ୍କର ଟିକାକରଣ କରି ଉତ୍ତରପ୍ରଦେଶ ଶୀର୍ଷରେ ଥିବା ବେଳେ ୬ ଲକ୍ଷ ୭୯ ହଜାର ୪୫୩ ଜଣଙ୍କୁ ଟିକାକରଣ କରି ଗୁଜୁରାଟ ଦ୍ୱିତୀୟ ଓ ୬ ଲକ୍ଷ ୪୯ ହଜାର ୯୬୬ ଜଣଙ୍କୁ ଟିକା ପ୍ରଦାନ କରି ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଛି। ସେହିପରି ରାଜସ୍ତାନ ୬.୦୬ଲକ୍ଷ, ମଧ୍ୟପ୍ରଦେଶ ୫.୨୬ଲକ୍ଷ, ପଶ୍ଚିମବଙ୍ଗ ୪.୯୫ଲକ୍ଷ , କର୍ଣ୍ଣାଟକ ୪.୯୫ଲକ୍ଷ ଓ ବିହାର ୪.୭୫ଲକ୍ଷ ଲୋକଙ୍କୁ ଟୀକାକରଣ କରିସାରିଛି।

ଅନ୍ୟପକ୍ଷରେ ଓଡ଼ିଶାରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୪ଲକ୍ଷ ୧ହଜାର ୨୧ଜଣଙ୍କର ପ୍ରଥମ ଡୋଜ୍ ଟୀକାକରଣ ହୋଇଥିବା ବେଳେ କାହାରିକୁ ଦ୍ୱିତୀୟ ଡୋଜ୍ ଟୀକା ପ୍ରଦାନ କରାଯାଇନି। ସୂଚନାଯୋଗ୍ୟ, ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଗୃହ, ରାଜସ୍ୱ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀଙ୍କୁ ଟିକାକରଣ ଦେବା ପ୍ରକ୍ରିୟା ଜାରି ରହିଛି।

Leave A Reply

Your email address will not be published.