ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଫଳ

୮୦.୮୩% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

0

ଭୁବନେଶ୍ବର ୨୪।୮: ଆଜି ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। www.bseodisha.ac.in ଓ୍ବେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ଅଛି। ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାରେ ପାସ୍‌ କରିଥିବା ସୂଚନା ମିଳିଛି। ମୋଟ ୫୨୩୩ ଜଣ ଛାତ୍ରଛାତ୍ରୀ ଏହି ଅଫ୍‌ଲାଇନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧୦୦ ଛାତ୍ର ଓ ୨୧୩୩ ଛାତ୍ରୀ ପାସ୍‌ କରିଛନ୍ତି। ଅଫଲାଇନରେ ଛାତ୍ରୀଙ୍କ ତୁଳନାରେ ଛାତ୍ର ଆଗରେ ରହିଛନ୍ତି। ଏ-୧ ରେ ୪୨ ଜଣ ପାସ କରିଛନ୍ତି। ଏ-୨ରେ ୨୫୫ ଜଣ, ବି-୧ରେ ୩୪୮ ଜଣ, ବି-୨ରେ ୪୫୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ସି ଗ୍ରେଡ୍‌​‌ରେ ୫୯୯ ଓ ଡି ଗ୍ରେଡ୍‌ରେ ୮୪୬ ଜଣ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡ଼ିଛି।

ଅଫଲାଇନରେ ମୋଟ ୬୬୨୦ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ କିନ୍ତୁ ୧୦୮୬ ଜଣ ପରୀକ୍ଷା ଦେଇନଥିଲେ। ଅନଲାଇନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର। ଏହି କ୍ରମରେ ପରୀକ୍ଷା କରାଯାଇ ମଙ୍ଗଳବାର ଫଳ ପ୍ରକାଶ କରାଯାଇଛି।

କୋଭିଡ୍ କଟକଣା ଯୋଗୁଁ ଏପ୍ରିଲ୍ ୨୧ରେ ପରୀକ୍ଷା ବାତିଲ ପାଇଁ ଘୋଷଣା କରାଯାଇଥିଲା। ବୈକଳ୍ପିକ ମୂଲ୍ୟାୟନ ପଦ୍ଧତିରେ ମାଟ୍ରିକ୍ ଫଳ ପ୍ରକାଶ ପାଇଥିଲା। ଫଳାଫଳକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ସେମାନେ ଇଚ୍ଛାଧୀନ ପରୀକ୍ଷା ଦେଇଥିଲେ। bseodisha.ac.in ଓ http://bseodisha.nic.in ୱେବ୍‌ସାଇଟ୍‌ରେ ଏହି ରେଜଲ୍ଟ ଉପଲବ୍ଧ ହେବ। ଇଣ୍ଟରନେଟର ସୁବିଧା ନଥିଲେ SMS ମାଧ୍ୟମରେ ବି ପରୀକ୍ଷାର୍ଥୀ ପରୀକ୍ଷା ଫଳ ପାଇପାରିବେ। ଏଥିପାଇଁ OR01 Roll No ଲେଖି 5676750କୁ SMS ପଠାଇବାକୁ ହେବ।

Leave A Reply

Your email address will not be published.