ମାର୍ଚ୍ଚ ୧ ତାରିଖରୁ ୬୦ରୁ ଉର୍ଧ୍ବ ବ୍ୟକ୍ତିଙ୍କ ଟିକାକରଣ

ଭୁବନେଶ୍ବର, ୨୪।୨: ୬୦ରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଦିଆଯିବ କରୋନା ଟିକା।  ମାର୍ଚ୍ଚ ୧ ତାରିଖରୁ ଏହି ବର୍ଗର ବ୍ୟକ୍ତିମାନେ ଟିକା ନେବେ। ଏଥିସହ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ ଏବଂ ସେମାନଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇଥିବ, ସେମାନେ ମଧ୍ୟ ମାର୍ଚ୍ଚ ୧ରୁ ଟିକା ନେଇପାରିବେ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଶ୍ରୀ ଜାଭଡେକର କହିଛନ୍ତି, ୧୦ ହଜାର ସରକାରୀ କେନ୍ଦ୍ରରେ ସେମାନଙ୍କୁ ମାଗଣାରେ ଟିକା ଦିଆଯିବ। ସେହିପରି ଘରୋଇ ଟିକାକରଣକୁ ମିଶାଇଲେ ମୋଟ୍ ୨୦ ହଜାରରୁ ଅଧିକ କେନ୍ଦ୍ରରେ ଟୀକାକରଣ ହେବ। ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ ପଇସା ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବେ, ସେ ବାବଦରେ ଟିକା କମ୍ପାନୀ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆସନ୍ତା ୩-୪ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Comments are closed.