ଜୁଲାଇ ୨୩ରୁ ସ୍ବତନ୍ତ୍ର ଓଜେଇଇ ପାଇଁ ଅନ୍‌ଲାଇନ୍‌ ଆବେଦନ

ଭୁବନେଶ୍ବର, ୨୨।୭ : ବିଟେକ୍ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ଓଜେଇଇ ଆୟୋଜନ କରାଯିବ। ଏଥିପାଇଁ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ରୁ  ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ ତାରିଖ ଧାର୍ଯ୍ୟ କରାଯାଇଛି। ଅଗଷ୍ଟ ୧୨ ପର୍ଯ୍ୟନ୍ତ ପରୀକ୍ଷା ଫି ଦାଖଲ କରିହେବ। ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ (ମୁଖ୍ୟ) ପାଇଁ ଆବେଦନ କରିନାହାନ୍ତି ବା କରିବେ ନାହିଁ, କେବଳ ସେମାନେ ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ କରିପାରିବେ ।

ଗତ ବର୍ଷ କୋଭିଡ୍ ମହାମାରୀ ଯୋଗୁଁ ସ୍ବତନ୍ତ୍ର ଓଜେଇଇ ଆୟୋଜନ ହୋଇପାରିନଥିଲା। ତେବେ ଚଳିତ ବର୍ଷ ମହାମାରୀ ସତ୍ତ୍ବେ ତାହାକୁ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଓଜେଇଇ କାଉନସେଲିଂ ପରେ ଖାଲି ପଡ଼ିଥିବା ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜର ପ୍ରଥମ ବର୍ଷ ବିଟେକ୍ ସିଟ୍‌ଗୁଡ଼ିକୁ ପୂରଣ କରିବାକୁ ସ୍ବତନ୍ତ୍ର ଓଜେଇଇ କରାଯାଇଥାଏ । ଛାତ୍ରଛାତ୍ରୀମାନେ https://ojee.nic.in/ କୁ ଯାଇ ଆବେଦନ କରିବା ସହ ଅନ୍ୟାନ୍ୟ ସବିଶେଷ ବିବରଣୀ ପ୍ରାପ୍ତ କରିପାରିବେ ।

Comments are closed.