ଏବେ ବୋର୍ଡ ୱେବ୍‌ସାଇଟରେ ମାଟ୍ରିକ୍‌ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ

ଭୁବନେଶ୍ୱର, ୨୨।୭: ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା ପାଇଁ ଏବେ ଆଡମିଟ୍‌ କାର୍ଡ ଉପଲବ୍ଧ ହେଉଛି। ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ଏହି ଆଡମିଟ୍‌ କାର୍ଡ ପାଇପାରିବେ। ବୋର୍ଡ ୱେବସାଇଟ୍‌ bseodisha.ac.inରୁ ଡାଉନ୍‌ଲୋଡ୍‌ କରି ହେବ ମାଟ୍ରିକ୍‌ ଆଡମିଟ୍‌ କାର୍ଡ। ଏଥର ଏହି ଅଫ୍‌ଲାଇନ୍‌ ମାଧ୍ୟମରେ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫,୧୫୧ଜଣ ଛାତ୍ରଛାତ୍ରୀ। ସେଥି ମଧ୍ୟରୁ ୬ ହଜାର ୫୯୭ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି କେନ୍ଦ୍ର ରହିଛି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି

ମିଳିଥିବା ସୂଚନା ମୁତାବକ, ମାଟ୍ରିକ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ରେ ପରୀକ୍ଷା ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ହେବ ଜିଲ୍ଲା ଓ ବ୍ଲକ୍‌ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବା ସହ କୋଭିଡ୍‌ ଗାଇଡ୍‌ଲାଇନ୍‌  ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବବିନା ମାସ୍କରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ ପରୀକ୍ଷା ସରିବା ପରେ ୧୦ରୁ ୧୫ ଦିନ ଭିତରେ ଖାତା ମୂଲ୍ୟାୟନ କରାଯିବଅଗଷ୍ଟ ୨୨ ତାରିଖ ସୁଦ୍ଧା ଫଳ ବାହାରିବ

Comments are closed.