ଗୋପାଳପୁରରେ ଟାଟାର ଚା’ ପ୍ୟାକେଜିଂ ପ୍ଲାଣ୍ଟ ଉଦଘାଟିତ

ଭୁବନେଶ୍ବର, ୨୨।୭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କଠାରେ ଟାଟା ଟିର ମେଗା ଚା ପ୍ୟାକେଜିଂ ୟୁନିଟର ଉଦଘାଟନ କରିଛନ୍ତି ପ୍ରାୟ ୧୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ୟୁନିଟକୁ ସମଗ୍ର କେନ୍ଦ୍ରୀୟ ଓ ଦକ୍ଷିଣ ଭାରତର ସର୍ବବୃହତ ଚାପ୍ୟାକେଜିଂ ୟୁନିଟ୍ ଓ ସପ୍ଲାଏ ଚେନ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ କାଳରେ ଏହାକୁ ଦେଶର ବୃହତ୍ତମ ଚା ପ୍ୟାକେଜିଂ ପ୍ଲାଣ୍ଟରେ ପରିଣତ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି ଏହି ପ୍ରକଳ୍ପରେ ପ୍ରାୟ ୯୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଏହି ପ୍ଲାଣ୍ଟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲେଙ୍ଗାନା ଓ କେନ୍ଦ୍ରୀୟ ଭାରତର ଚାହିଦା ପୂରଣ କରିବ ବର୍ତ୍ତମାନ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୧୫ ନିୟୁତ କିଲୋଗ୍ରାମ ଥିବା ବେଳେ ଏହାକୁ ୫୦ ନିୟୁତ କିଲୋଗ୍ରାମକୁ ବୃଦ୍ଧି କରାଯିବ

ଏହି ପ୍ଲାଣ୍ଟକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଶିଳ୍ପ ବିକାଶ ଦିଗରେ ଟାଟାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି କରୋନା ମହାମାରୀ ସମୟରେ ମେଡିକାଲ ଅକ୍ସିଜେନ ଯୋଗାଇଥିବାରୁ ସେ ଟାଟା ଗ୍ରୁପକୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନଟାଟା ଷ୍ଟିଲ ଏମଡି ଟି.ଭି.ନରେନ୍ଦ୍ରନ ଉପସ୍ଥିତ ଥିଲେ

Comments are closed.