ନଭେମ୍ବରରେ ଆସିପାରେ ଅକ୍ସଫୋର୍ଡ ଟିକା

ପ୍ରଥମ ବ୍ୟାଚ୍ ଟିକା ଦେବାକୁ ଚାଲିଛି ଯୋଜନା

ଲଣ୍ଡନ,୨୭/୧୦: କରୋନାକୁ ନେଇ ସାରା ବିଶ୍ବରେ ଏବେ ଆତଙ୍କ। ଟିକା ଅପେକ୍ଷାରେ ପୂରା ମାନବ ସମାଜ। ଉଭୟ ଧନୀ ଓ ଗରିବ ରାଷ୍ଟ୍ର ଟିକାକୁ ଚାତକ ପରି ଚାହିଁ ବସିଛନ୍ତି। ବିଶ୍ବର ବିଭିନ୍ନ ଦେଶର ବହୁ କମ୍ପାନି ଟିକା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହି ସମୟରେ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିଡ୍‌ ଟିକାକୁ ନେଇ ଗତକାଲି ଠାରୁ ଚର୍ଚ୍ଚା ଜୋର୍‌ ଧରିଛି। ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଏହି ଟିକା ଦେବା ଆରମ୍ଭ ହେବ ବୋଲି ବଡ଼ ସୂଚନା ମିଳିଛି।
ଲଣ୍ଡନର ପ୍ରକାଶିତ ପ୍ରମୁଖ ଖବରକାଗଜ ‘ଦି ସନ୍’ ପ୍ରଥମେ ଏହି ଖବର ପ୍ରକା ଶ କଲା ପରେ ସାରା ବିଶ୍ବର ନଜର ଏବେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଉପରେ। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଫାର୍ମା କମ୍ପାନି ‘ଆଷ୍ଟ୍ରୋଜେନିକା ପିଏଲ୍‌ସି’ ଦ୍ବାରା ବିକଶିତ ହୋଇଥିବା କୋଭିଡ୍‌ ଟିକାର ପ୍ରଥମ ବ୍ୟାଚ୍ ଲଣ୍ଡନର ଏକ ପ୍ରମୁଖ ହସ୍ପିଟାଲ୍‌ର କର୍ମଚାରୀମାନଙ୍କୁ ଦିଆଯିବ ବୋଲି ଏହି ରିପୋଦର୍ଟରେ କୁହାଯାଇଛି। ଏଥି ପାଇଁ ପ୍ରସ୍ତୁତ ରହିବାକୁ ହସ୍ପିଟାଲ୍‌କୁ ଜଣାଇ ଦିଆଯାଇଛି। ଯଦି ଏହି ରିପୋର୍ଟ ଠିକ୍ ଥାଏ ଏବଂ ନଭେମ୍ବର ପ୍ରଥମ ସପ୍ତା‌ହରେ ଟିକା ଦିଆଯାଏ, ତେବେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କୁହାଯାଇଛି। ଅକ୍ସଫୋର୍ଡ ଟିକା ଇତି ମଧ୍ୟରେ ଆବଶ୍ୟକ ଅନୁମୋଦନ ମଧ୍ୟ ହାସଲ କରିପାରିଛି। ଏହି ଟିକା ଉଭୟ ବୟସ୍କ ଓ କମ୍ ବୟସ୍କ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁଛି ବୋଲି ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଚର୍ଚ୍ଚା ଚାଲିଛି।
କରୋନା ପାଇଁ ସାରା ବିଶ୍ବରେ ମାନସ ସମାଜ ଆତଙ୍କିତ ଥିଲା ବେଳେ ଏପରି ଏକ ସମ୍ଭାବନା ନୂଆ ଆଶା ସଞ୍ଚାର କରିଛି।

Comments are closed.