ଅଫେରା ରାଇଜରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଶେଷକୃତ୍ୟ ସମ୍ପନ୍ନ

0

ଭୁବନେଶ୍ବର,୧୧/୬: ରାଜ୍ୟରେ ଜୈବିକ କୃଷିର ପ୍ରମୁଖ ଉଦ୍ୟକ୍ତା, ପରିବେଶବିତ୍ ଓ ଗାନ୍ଧିବାଦୀ ପ୍ରଫେସର ରାଧାମୋହନ ଆଉ ନାହାନ୍ତି। ବହୁ ଦିନ ହେଲା କରୋନା ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିଛି ଦିନ ତଳେ ସେ କରୋନାମୁକ୍ତ ହୋଇଥିବା ବେଳେ ଆଜି ନିମୋନିଆରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କ ୭୮ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପରେ ହସ୍ପିଟାଲରୁ ତାଙ୍କ କଳିଙ୍ଗ ବିହାରସ୍ଥିତ ବାସଭବନକୁ ତାଙ୍କୁ ଅଣା ଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ ଶେଷ ଦର୍ଶନ କରିଥିଲେ। ପରେ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଝିଅ ସାବରମତୀ ମୁଖାଗ୍ନି ଦେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.