ହାଇଦରର ପୁଅ ସେକ୍‌ ମୁନାର ପାରୋଲ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ୱର, ୨୮।୭: ହାଇଦରର ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆବେଦନ କରିଥିବା ତା’ର ବଡ଼ ପୁଅ ସେକ ମୁନାର ପାରୋଲ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ହାଇଦରର ବଡ଼ ପୁଅ ସେକ ମୁନା ଏବେ ଜେଲରେ ଥିବା ବେଳେ ୪୦ ଦିନିଆ ପାରୋଲ ପାଇଁ ସେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରିଥିଲା ତେବେ ଆଇନଶୃଙ୍ଖଳା ପରିସ୍ଥିତି ଓ ସେକ ମୁନାର ଜୀବନପ୍ରତି ବିପଦ ଥିବା ଦର୍ଶାଇ ଜଜ୍ ଏହି ଆବେଦନକୁ ଖାରଜ କରିଦେଇଛନ୍ତି

ସୂଚନା ଥାଉ, ହାଇଦରର ପୁଅ ମୁନା ଏବେ ଜେଲରେ ଅଛି ତା ନାରେ ୧୯ଟି ମାମଲା ବିଚାରାଧୀନ ରହିଛି ଭୁବନେଶ୍ୱରରେ ମୁନ୍ନା ନାରେ ଗୋଟିଏ ମାମଲା ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ୧୮ଟି ମାମଲା ରହିଛିଗତ ୧୨ ବର୍ଷ ହେଲା ହାଇଦରର ପୁଅ ଜେଲରେ ଥିବା ବେଳେ ଆଳିର ଏକ ହତ୍ୟାକାଣ୍ଡ ମାମଲାରେ ମୁନ୍ନା ଗିରଫ ହୋଇଥିଲା। କାଳେ ମୁନା ଜେଲରୁ ମୁକୁଳିଲେ ଆଇନଶୃଙ୍ଖଳା ବିଗିଡିବ, ସେଥିପାଇଁ ପାରୋଲକୁ ପ୍ରଶାସନ ବିରୋଧ କରିଥିଲାଆଉ ଏବେ ଜିଲ୍ଲା ଦୌରାଜଜ ପାରୋଲ ଆବେଦନକୁ ଖାରଜ କରିଦେଇଛନ୍ତି

Comments are closed.