ପିଜିଟି ପଦବୀ ପୂରଣ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ

0

ଭୁବନେଶ୍ୱର : ୧୫/୧୨ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସ୍ନାତକୋତ୍ତର (ପିଜିଟି) ପଦବୀଗୁଡ଼ିକ ପୂରଣ କରିବା ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ୩୩୫ ଜଣ ପିଜିଟିଙ୍କୁ ନିଯୁକ୍ତି ପ୍ରଦାନ କାର୍ଯ୍ୟ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ସଂପାଦିତ ହୋଇଯାଇଛି ।

ଏଥି ମଧ୍ୟରେ ୧୪ଟି ବିଷୟରେ ୧୦୭ ଜଣ ପ୍ରାର୍ଥୀ ଓପିଏସ୍‌ସି ଦ୍ୱାରା ମନୋନୀତ ହୋଇଛନ୍ତି । ତନ୍ମଧ୍ୟରୁ ୭୧ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ୩୬ ଜଣ ପିଜିଟିଙ୍କର ନିଯୁକ୍ତି ବିଷୟକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯାଇଛି । ଓପିଏସ୍‌ସି ଦ୍ୱାରା ୨୨୮ ଜଣ ପିଜିଟିଙ୍କ ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟା ଜାରି ରହିଛି । ଏତଦ୍‌ବ୍ୟତୀତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୬୭ଟି ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୫୫୫ଟି ଖାଲିଥିବା ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.