ସମ୍ ହସ୍ପିଟାଲ୍କୁ ସହଯୋଗର ହାତ ବଢ଼ାଇଲା ପିଏନବି

ଭୁବନେଶ୍ୱର, ୨୭।୭: କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‍ବି)। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ୍‌ ସମ୍ ହସ୍ପିଟାଲକୁ ଚିକିତ୍ସା ପାଇବା ନିମନ୍ତେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ରୋଗୀ ଆସୁଛନ୍ତି। ଡାକ୍ତରଖାନାର ଔଷଧ ଦୋକାନ (ଫାର୍ମାସି)ରୁ ଅନେକ ଔଷଧ ମଧ୍ୟ କିଣୁଛନ୍ତି। ତେବେ କରୋନା ମହାମାରୀ ସମୟରେ ଡିଜିଟାଲ୍ ବ୍ୟାଙ୍କିଂକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଔଷଧ ଦୋକାନରେ କ୍ୟାସଲେସ୍ ଟ୍ରାଞ୍ଜାକ୍ସନ୍ ନିମନ୍ତେ ପିଏନ୍‍ବି ପକ୍ଷରୁ ସମ୍ ଫାର୍ମାସୀକୁ କେତେ ଗୁଡିଏ ପଏଂଟ ଅଫ୍ ସେଲ୍ (ପିଓଏସ୍‌) ବା ସ୍ୱାଇପ୍ ମେସିନ୍ ପ୍ରଦାନ କରାଯାଇଛି ।

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଭୁବନେଶ୍ୱର ଜୋନାଲ୍ ଅଫିସର ଜୋନାଲ୍ ମ୍ୟାନେଜର ସଞ୍ଜୀବ ଭରଦ୍ୱାଜ ମଙ୍ଗଳବାର ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଆସି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମେସିନ୍ ଗୁଡ଼ିକର ଉଦଘାଟନ କରିଛନ୍ତି । ସେହିପରି ରୋଗୀ ସେବା ନିମନ୍ତେ ପିଏନବି ପକ୍ଷରୁ ଏକ ଷ୍ଟ୍ରେଚର୍ ଓ ହ୍ୱିଲ୍ ଚେୟାର ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ହସ୍ପିଟାଲ୍ ପରିସରରେ ବୃକ୍ଷ ରୋପଣ କରିଛନ୍ତି ଶ୍ରୀ ଭରଦ୍ୱାଜ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସନାଲ୍ ଡିନ୍ ଡାକ୍ତର ଅଜୟ ଜେନା, ସୋଆର ଚାର୍ଟାଡ ଆକାଉଟାଣ୍ଟ ସରୋଜକାନ୍ତ ସାମଲ୍‌, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଭୁବନେଶ୍ୱର ସର୍କଲ୍ ମୁଖ୍ୟ ପରେଶ କୁମାର ଦାସ, ଗଭର୍ଣ୍ଣମେଣ୍ଟ ବିଜିନେସ୍ ଭର୍ଟିକାଲ୍ ପ୍ରତାପ ବୈରସିଂ, ସମ୍ ଫାର୍ମାସୀ ମୁଖ୍ୟ ଯସ୍ମୀନ୍ ପଣ୍ଡା, ଫ୍ରନଟ ଅଫିସ୍ ମ୍ୟାନେଜର ପୁଷ୍ପାଞ୍ଜଳୀ ରାଉତ, ଓଏସ୍‌ଡି ପ୍ରହ୍ଲାଦ ମହାନ୍ତି , ଡେପୁଟି ଡାଇରେକ୍ଟର୍ ପ୍ରିୟବ୍ରତ ଦାସ, ପେସେଣ୍ଟ ରିଲେସନସିପ ଅଫିସର ଲିଙ୍ଗରାଜ ରଥ ଓ ଆକାଉଂଟସ୍ ଅଫିସର୍ ଦୀପ୍ତିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

 

Comments are closed.