ଦ୍ବିତୀୟ ଥର ପାଇଁ ଖାରଜ ହେଲା ପ୍ରଦୀପଙ୍କ ଜାମିନ

0

ଭୁବନେଶ୍ବର, ୭।୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ପ୍ରଦୀପଙ୍କ ଜାମିନ ଆବେଦନ ଖାରଜ କଲେ ଖୋର୍ଦ୍ଧା ଏଡିଜେ କୋର୍ଟ-୩ । ତେବେ ଜାମିନ ନେଇ ଗୋପାଳପୁର ବିଧାୟକଙ୍କୁ ବାରମ୍ବାର ନିରାଶ ହେବାକୁ ପଡୁଛି । ପୂର୍ବରୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଜାମିନ ଆବେଦନ ଖାରଜ ହୋଇଥିଲା । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଜାମିନ ଖାରଜ ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦେଇଥିଲେ କୋର୍ଟ । ଆଉ ଆଜି ପୁଣି ୨ୟ ଥର ପାଇଁ ଜାମିନ ନେଇ ନିରାଶ ହୋଇଛନ୍ତି ପ୍ରଦୀପ ।

Leave A Reply

Your email address will not be published.