ଜାମିନରେ ଜେଲ୍‌ରୁ ମୁକୁଳିଲେ ଗୋପାଲପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

0

ଜାମିନରେ ଜେଲ୍‌ରୁ ମୁକୁଳିଲେ ଗୋପାଲପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର, ୧୨।୬: ଝାରପଡ଼ା ଜେଲରୁ ଆଜି ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଆଜି ସେ ଜେଲରୁ ବାହାରିଛନ୍ତି। ଶୁକ୍ରବାର ଷଷ୍ଠ ମାମଲାରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାସହ ନିମ୍ନକୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଗଣମାଧ୍ୟମରେ କୌଣସି ବିବୃତ୍ତି ନଦେବାକୁ ତଥା ସାକ୍ଷୀମାନଙ୍କୁ ଧମକଚମକ ନଦେବାକୁ ସର୍ତ୍ତ ରଖିଥିଲେ କୋର୍ଟ। ଡିସେମ୍ବର ୩ ତାରିଖରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିଲା। ପୂର୍ବରୁ ୫ଟି ମାମଲାରେ ତାଙ୍କୁ ଜାମିନ ମିଳିଥିଲା। ଗତକାଲି ଷଷ୍ଠ ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିବା ପରେ ଆଜି ସେ ଜେଲ୍‌ରୁ ବାହାରିଛନ୍ତି।

 

Leave A Reply

Your email address will not be published.