ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି, ଆସନ୍ତାକାଲି ରାଉରକେଲା ଯିବେ

0

ଭୁବନେଶ୍ବର, ୨୦।୩: ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସ୍ୱତନ୍ତ୍ର ବାୟୁସେନା ବିମାନରେ ଓଡ଼ିଶା ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଜି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି।

ଆସନ୍ତାକାଲି ରାଷ୍ଟ୍ରପତି ରାଉରକେଲା ଯାଇ ଏନ୍‌ଆଇଟିର ସମାବର୍ତ୍ତନ ଉତ୍ସବ ଓ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର ସୁପର୍ ସ୍ପେଶାଲିଟି ହସପିଟାଲ୍କୁ ଉଦ୍‌ଘାଟନ କରିବେ। ୨୧ ତାରିଖରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାର କର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ସ୍ଥାନରେ ଆଜି କାର୍କେଡ୍ ରିହର୍ସଲ୍ କରାଯାଇଛି।

ରାଉରକେଲା ବିମାନଘାଟିରୁ ଏନ୍‌ଆଇଟି, ଏନ୍‌ଆଇଟିରୁ ଆଇଜିଏଚ୍ ଯାଏ, ସବୁଠି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗସ୍ତ ପୂର୍ବରୁ ରିଜର୍ଭ ଲାଇନ୍‌ରେ ପୁଲିସ ଅଧିକାରୀଙ୍କୁ ବ୍ରିଫିଂ କରିଛନ୍ତି ଏସ୍‌ପି ମୁକେଶ ଭାମୁ । ଗସ୍ତସୂଚୀ ଅନୁଯାୟୀ, ରାଷ୍ଟ୍ରପତି ଆସନ୍ତାକାଲି ଦିନ ୧୦ଟା ୩୫ରେ ରାଉରକେଲାରେ ପହଞ୍ଚିବେ। ଦିନ ୧୧ଟାରେ ରାଉରକେଲା ଏନ୍‌ଆଇଟିର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ୧୨ଟାରୁ ୩ଟା ଯାଏଁ ରାଉରକେଲା ହାଉସ୍‌ରେ ବିଶ୍ରାମ ନେବେ। ଅପରାହ୍ନରେ ଆଇଜିଏଚ୍ ସୁପର ସ୍ପେସାଲିଟି ହସ୍ପିଟାଲକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୂର୍ବରୁ ୨୦୦୩ରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍ ଷ୍ଟିଲ୍‌ସିଟି ଆସିଥିଲେ। ଏନ୍‌ଆଇଟି ରାଉରକେଲା ପ୍ରତିଷ୍ଠା ପରଠାରୁ କୌଣସି ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଏଠାକୁ ଆସୁଥିବାରୁ ଛାତ୍ରଛାତ୍ରୀ, ଅଧିକାରୀ ବେଶ୍ ଉତ୍ସାହିତ ଅଛନ୍ତି।

୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିନ ଅର୍ଥାତ ସୋମବାର, ରାଷ୍ଟ୍ରପତି ଶ୍ରୀଜୀଉଙ୍କ ଦର୍ଶନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରିବେ। ଏଥିପାଇଁ ଆଜି ଉଭୟ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରରେ ହୋଇଛି କାରକେଡ୍ ରିହର୍ସାଲ। ସୋମବାର ପ୍ରାୟ ୧୧ଟା ବେଳେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି କୋବିନ୍ଦ।

 

Leave A Reply

Your email address will not be published.