ପଞ୍ଚୁକ ପ୍ରଥମ ଦିନରେ ପୁରୀ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ବର, ୧୪।୧୧: ଆଜି ଓ ଆସନ୍ତାକାଲି ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଆଜି ଶ୍ରୀମନ୍ଦିର ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରହିବ। ସୋମବାର ପଞ୍ଚୁକ ପ୍ରଥମ ଦିନ ପଡୁଥିବାରୁ ଭିଡ଼ ଆଶଙ୍କାରେ ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି। ସୋମବାର ବଡ଼ ଏକାଦଶୀ ଓ ପହିଲି ପଞ୍ଚୁକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ତେବେ ଭକ୍ତଙ୍କ ପାଇଁ କଟକଣାରୁ ଅଗଣିତ ଦର୍ଶକ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ। ସେହିଭଳି ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.