ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର, ୧୯/୫: ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ମେ ୨୬, ୨୭ ଓ ୨୮ ତାରିଖରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳ ପାଇଁ ପ୍ରଚାର କରିବେ ବୋଲି ଅଜୟ କୁମାର କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ବଲାଙ୍ଗୀର ଗସ୍ତ କରି ସ୍ଥାନୀୟ କଳାମଣ୍ଡଳ ପଡ଼ିଆଠାରେ ସାଧାରଣ ସଭାରେ ଯୋଗ ଦେଇଥିଲେ। ରାହୁଲଙ୍କ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ଥିଲା। ସେ କାହାକୁ କେଉଁ ପ୍ରସଂଗରେ ଟାର୍ଗେଟ୍‌ କରିବେ, ତାକୁ ନେଇ କିଛି ଦିନ ପୂର୍ବରୁ ଚର୍ଚ୍ଚା ଥିଲା। କିନ୍ତୁ ରାହୁଲ ନିଜ ବକ୍ତବ୍ୟ ଆରମ୍ଭରୁ ଶେଷ ଯାଏ‌ କେବଳ ବିଜେପିକୁ ଟାର୍ଗେଟ୍‌ କରିଥିଲେ। ବିଜେଡି ସମ୍ପର୍କରେ ପଦୁଟିଏ କହିନଥିଲେ।

Comments are closed.