ସମ୍ବିତ ପାତ୍ର ହେଲେ ଆଇଟିଡିସି ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧।୧୨: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ କେନ୍ଦ୍ର ସରକାର ନୂଆ ଦାୟିତ୍ୱ ଦେଇଛନ୍ତି ପାତ୍ରଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ପରିସରଭୁକ୍ତ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡିସି)ର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି ଏହା ପୂର୍ବରୁ ସମ୍ବିତ ପାତ୍ର ଓଏନ୍ଜିସର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦରେ ବି କାର୍ଯ୍ୟ କରିଛନ୍ତିସମ୍ବିତ ପାତ୍ର ଭାରତୀୟ ଜନତା ପାର୍ଟିର ପ୍ରମୁଖ ପ୍ରବକ୍ତାଙ୍କ ମଧ୍ୟରୁ ଜଣେ ସେ ଗଣମାଧ୍ୟମରେ ପାର୍ଟି ପକ୍ଷରେ ମଜବୁତ ଡିବେଟ କରିପାରୁଥିବା ଜଣେ ନେତା ସମ୍ବିତ ପାତ୍ରାଙ୍କୁ ୨୦୧୭ ମସିହାରେ ଓଏନ୍‌ଜିସିର ସ୍ୱତନ୍ତ୍ର ଡାଇରେକ୍ଟର ପଦରେ ଅବସ୍ଥାପିତ କରାଯାଇଥିଲା ଏହି ପଦର କାର୍ଯ୍ୟକାଳ ୩ ବର୍ଷ ରହିଥିଲା୨୦୧୯ ରେ ସମ୍ବିତ ପାତ୍ର ଲୋକସଭା ନିର୍ବାଚନ ବି ଲଢ଼ିଥିଲେ ସେ ଓଡ଼ିଶାର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ତାଙ୍କର ଜୋରଦାର ପ୍ରଚାର ଓ ଲୋକପ୍ରିୟତା ଥିଲେ ବି ସେ ବିଜେଡିର ପିନାକୀ ମିଶ୍ରଙ୍କଠାରୁ ୧୧,୭୦୦ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ

 

 

Comments are closed.