ଅକ୍ଟୋବର ୨ରୁ ୧୧ବିଜେଡିର ପଦଯାତ୍ରା, ଘରେ ଘରେ ଚାଲିବ ଶଙ୍ଖ କାର୍ଯ୍ୟକ୍ରମ

ଭୁବନେଶ୍ବର, ୨୬/୯ : ସାରା ରାଜ୍ୟରେ ଶାସକ ଦଳ ବିଜେଡି ପକ୍ଷରୁ ପଦଯାତ୍ରା କରାଯିବ । ବିଜେଡି କର୍ମୀଙ୍କ ପକ୍ଷରୁ ଏହି ପଦଯାତ୍ରା କରାଯିବ । ଆଜି ଅପରାହ୍ନରେ ଶଙ୍ଖ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଆସନ୍ତା ଅକ୍ଟୋବର ୨ରୁ ୧୧ଯାଏଁ ବିଜେଡି ପକ୍ଷରୁ ପଦଯାତ୍ରା କରାଯିବ । ଏହି ଅବସରରେ ଘରେ ଘରେ ଚାଲିବ ଶଙ୍ଖ କାର୍ଯ୍ୟକ୍ରମ । ସାରା ରାଜ୍ୟରେ ବିଜେଡି କର୍ମୀ ଏହି ପଦଯାତ୍ରା କରିବେ । ସେହିଭଳି ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

 

Comments are closed.