ପୃଥିବୀ ପରିକ୍ରମା କରିବ ମୋଦିଙ୍କ ଫଟୋଚିତ୍ର: ମହାକାଶକୁ ଗଲା ଚଳିତ ବର୍ଷର ପ୍ରଥମ ଉପଗ୍ରହ

ନୂଆଦିଲ୍ଲୀ, ୨୮।୨: ପୃଥିବୀ ପରିକ୍ରମା କରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର। ଖାଲି ସେତିକି ନୁ‌ହେଁ ମୋଦିଙ୍କ ଫଟୋଚିତ୍ର ସହ ଭାଗବତ ଗୀତାକୁ ମଧ୍ୟ ମହାକାଶକୁ ପଠାଯାଇଛି। ରବିବାର ଇସ୍ରୋ ପକ୍ଷରୁ ଆନ୍ଧ୍ରପ୍ରଦେଶରଶ୍ରୀହରିକୋଟା ସ୍ପେଶ ସେଣ୍ଟର’ରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହ ମହାକାଶକୁ ଛଡ଼ାଯାଇଛି। ଏହି ଉପଗ୍ରହକୁଶ୍ରୀହରିକୋଟାର ସତୀଶ ଧୱନ୍ ସ୍ପେଶ ସେଣ୍ଟର’ରୁ ଫେବୃଆରି ୨୮ ତାରିଖ ସକାଳ ୧୦.୨୪ ମିନିଟରେ ଉତ୍‌କ୍ଷେପଣ କରାଯାଇଛି। ଏହି ମହାକାଶ ଯାତ୍ରାରେ ବ୍ରାଜିଲର ସାଟେଲାଇଟ୍ ଆମାଜୋନିଆ ବ୍ୟତୀତ ୧୮ ଅନ୍ୟ ସାଟେଲାଇଟକୁ ମଧ୍ୟ ପଠାଯାଇଛି। ଏହା ହେଉଛି ୨୦୨୧ ମସିହାର ପ୍ରଥମ ଉତ୍କ୍ଷେପଣ।

ଏହି ଉତ୍କ୍ଷେପଣରେ ବିଶେଷତ୍ୱ ହେଉଛି, ଏଥିରେ ଭାଗବତ ଗୀତା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଟୋଚିତ୍ର ମଧ୍ୟ ମହାକାଶକୁ ପଠାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଟୋଚିତ୍ର ଏବେ ପୂରା ପୃଥିବୀ ପରିକ୍ରମା କରିବ। ଇସ୍ରୋର ଏହି ସଫଳ ପରୀକ୍ଷଣ ସହ ଭାରତ ପକ୍ଷରୁ ଲଞ୍ଚ୍ କରାଯାଇଥିବା ବିଦେଶୀ ସାଟେଲାଇଟ୍ ସଂଖ୍ୟା ୩୪୨ରେ ପହଞ୍ଚିଛି। ରବିବାର ଲଞ୍ଚ ହୋଇଥିବା ପିଏସ୍‌ଏଲ୍‌ଭି-ସି୫୧ ର ଉତ୍କ୍ଷେପଣ ସମୟ ସୀମା ଘଣ୍ଟା ୫୫ ମିନିଟ୍ ସେକେଣ୍ଡ ରହିଛି।

Comments are closed.