ଜାନୁଆରିରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତି ଝୁଲିଲା

ସ୍ଥିତି ଦେଖି ନିଷ୍ପତି ହେବ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର, ୧୦।୧୨: କୋଭିଡ୍‌ ମୁକାବିଲା ସମ୍ପର୍କିତ ଭିଡିଓ କନ୍ଫରେନସିଂ ମାଧ୍ୟମରେ କରାଯାଇଥିବା ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ରାଜ୍ୟରେ ଜାନୁଆରି ୨ରୁ ସ୍କୁଲ୍‌ ଓ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ସୂଚନା ଦିଆଯାଉଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋଭିଡ୍‌ ପରିସ୍ଥିତିକୁ ନଜରରେ ରଖି ଓ ସମସ୍ତ ବିଷୟକୁ ଅନୁଧ୍ୟାନ କରିବା ପରେ ସରକାର ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରକାଶଯୋଗ୍ୟ, ଏହା ପୂର୍ବରୁ ଉଚ୍ଚ ଶିକ୍ଷା ସଚିବ ଶ୍ୱାଶତ ମିଶ୍ର ଜାନୁଆରିରେ କଲେଜ ଖୋଲିବ ବୋଲି ସୂଚନା ଦେଇଥିଲେ । ଏହାପରେ ଜାନୁଆରି ୨ ତାରିଖରେ ରାଜ୍ୟରେ ସ୍କୁଲ୍‌ ଏବଂ କଲେଜ ଖୋଲାଯାଇ ପାରେ ବୋଲି ଅଟକଳ କରାଯାଉଥିଲା ।

Leave A Reply

Your email address will not be published.