ଲଗାଣ ବର୍ଷା ପାଇଁ ୧୨ ଜିଲ୍ଲାର ସ୍କୁଲ ବନ୍ଦ

0

ଭୁବନେଶ୍ବର, ୧୩।୯: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ୧୨ଟି ଜିଲ୍ଲାରେ ୨ ଦିନ ଅର୍ଥାତ ୧୩ ଓ ୧୪ ତାରିଖ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। କଟକ, ପୁରୀ, ଖୋର୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼ ଓ ଜଗତସିଂହପୁରରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, କରୋନା ଯୋଗୁଁ ଏଯାବତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲି ନଥିବା ବେଳେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିଛି।

 

Leave A Reply

Your email address will not be published.