ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନର ପୁଷ୍ପ ଉଦ୍ୟାନ

ସବୁ ସରକାରୀ ଛୁଟିରେ ଖୋଲିବ ଉଦ୍ୟାନ

ଭୁବନେଶ୍ଵର, ୦୧।୦୧ : ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନର ପୁଷ୍ପ ଉଦ୍ୟାନ। ୨୦୨୩ ଜାନୁଆରୀ ମାସରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ଖୋଲା ରହିବ।

ସୂଚନାନୁଯାୟୀ, ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟି ରହିଛି। ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକ ଲୋକସେବା ଭବନ ପୁଷ୍ପ ଉଦ୍ୟାନରେ ବୁଲି ଦେଖି ପାରିବେ। ଆଜି ନୂଆ ବର୍ଷରେ ମଧ୍ୟ ପୁଷ୍ପ ଉଦ୍ୟାନ ଖୋଲା ରହିବ। ଏହି ଉଦ୍ୟାନରେ ବିଭିନ୍ନ କିସମର ଫୁଲଗଛ ଲଗାଯାଇଛି।

Comments are closed.