ପଳାଶୁଣିରେ ସିରିଜ୍ ଦୁର୍ଘଟଣା, କାର୍‌ ଚଳାକଙ୍କ ମୃତ୍ୟୁ

ଭୁବନେଶ୍ୱର, ୪।୪: ରାଜଧାନୀ ଭୁବନେଶ୍ବରର ପଳାଶୁଣି ବସ୍‌ଷ୍ଟାଣ୍ଡ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ କାର୍‌ ଉପରେ ହାଇୱା ଚଢ଼ିଯିବାରୁ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଦୁର୍ଘଟଣା ପରେ ରାସ୍ତାଜାମ ଯୋଗୁ ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିଲା।

ସୂଚନା ଅନୁସାରେ, ପଳାଶୁଣି ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାର୍‌ ହେଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଡମ୍ଫରଟି ବ୍ରେକ୍‌ ମାରି ରହିଯାଇଥିଲା। ଏହି ସମୟରେ ଡମ୍ଫର ପଛରେ ଯାଉଥିବା ଦୁଇଟି କାର୍‌ ଅଟକି ରହିଯାଇଥିଲା। ପରେ ପଛରୁ ଦ୍ରୁତଗତିରେ ଆସୁଥିବା ହାଇଓ୍ୱାଟି ପଛରେ ଠିଆ ହୋଇଥିବାକାରକୁ ଧକ୍କା ଦେଇଥିଲା। କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ହାଇଓ୍ୱାଟି ଡମ୍ଫର ପଛରେ ଥିବା କାର୍ ଉପରେ ଚଢ଼ିଯାଇଥିଲା।  ଗାଡ଼ି ଭିତରେ କାର୍‌ ଡ୍ରାଇଭର ଚାପି ହୋଇଯାଇଥିଲେ।  ପୁଲିସ ଓ ଅଗ୍ନିଶମ କର୍ମଚାରୀ  କ୍ରେନ ସାହାଯ୍ୟରେ କାର୍‌ ଚାଳକ ଉଦ୍ଧାର କରିଥିଲେ।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Comments are closed.