ଭକ୍ତ କରିବେ କାଳିଆ ଦର୍ଶନ: ବଡ଼ଦିନ ପୂର୍ବରୁ ଖୋଲିବ ଶ୍ରୀମନ୍ଦିର, ଜାନୁଆରି ୩ରୁ ଅଣପୁରୀବାସୀ କରିବେ ଦର୍ଶନ

0

ଭୁବନେଶ୍ୱର, ୧୨।୧୨ : ଭକ୍ତ ପ୍ରତୀକ୍ଷାର ହେଲା ଅନ୍ତ। ଖୁବ୍‌ ଶୀଘ୍ର ଖୋଲିବ ଶ୍ରୀମନ୍ଦିର। ବଡ଼ଦିନ ପୂର୍ବରୁ ପୁରୀବାସୀ ଓ ଜାନୁଆରି ୩ରୁ ଅଣପୁରୀବସୀ ଅର୍ଥାତ ପୁରୀ ବାହାରର ଭକ୍ତ କରିପାରିବେ ଚତୁର୍ଦ୍ଧାମୁର୍ତିଙ୍କ ଦର୍ଶନ। ପ୍ରଥମ ସପ୍ତାହରେ ପ୍ରତ୍ୟେକ ଦିନ ହଜାର ଭକ୍ତ ହିଁ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଧିରେଧିରେ ଭକ୍ତଙ୍କ ସଂଖ୍ୟାକୁ ବୃଦ୍ଧି କରାଯିବ  ଏଥିପାଇଁ କେତେକ ଏସ୍‌ଓପି ବି ଜାରି କରାଯିବ  ଭକ୍ତମାନେ ମନ୍ଦିର ଭିତରକୁ ମାସ୍କ ପିନ୍ଧି ଯିବେ। ସେହିପରି ସେଠାରେ ସାନିଟାଇଜର୍‌ର ମଧ୍ୟ ବ୍ୟବସ୍ଥା କରାଯିବ ଶ୍ରୀମନ୍ଦିରର ଦୁଆରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ବ୍ୟବସ୍ଥା କରାଯିବ ତେବେ ୬୫ ବର୍ଷରୁ ଊର୍ଧ୍ବ ବୟସ୍କ ପିଲାମାନଙ୍କୁ ଶ୍ରୀମନ୍ଦିର ନଆସିବାକୁ ଅନୁରୋଧ କରାଯାଇଛି  ସେହିପରି ସବୁ ଭକ୍ତଙ୍କୁ ମହାପ୍ରସାଦ ମିଳିବ ବୋଲି ଛତିଶା ନିଯୋଗ ବୈଠକର ନିଷ୍ପତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ସୂଚନା ଅନୁଯାୟୀ, ଡିସେମ୍ବର ଶେଷ ସପ୍ତାହରୁ ଶ୍ରୀମନ୍ଦିର ଖୋଲିବ। ପ୍ରଥମେ ପୁରୀବାସୀଙ୍କୁ ହିଁ ଦର୍ଶନର ସୁଯୋଗ ମିଳିବ  ତେବେ ଭିଡ଼ ପାଇଁ ଜାନୁଆରି ୨ରେ ଦର୍ଶନ ବନ୍ଦ ରହିବ ବୋଲି ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯିବ ସମ୍ଭବତଃ ବଡ଼ଦିନର ଦିନେ ଦୁଇଦିନ ପୂର୍ବରୁ ମନ୍ଦିର ଖୋଲିବ। ତେବେ ମନ୍ଦିର ଖୋଲିବା ମାତ୍ରେ ସମସ୍ତଙ୍କୁ ଦର୍ଶନର ସୁଯୋଗ ମିଳିବ ନାହିଁ  ପ୍ରଥମେ ଚାରି ପାଂଚଦିନ ପୁରୀବାସୀଙ୍କୁ ହିଁ ଦର୍ଶନର ସୁଯୋଗ ମିଳିବ। 

ପ୍ରାୟ ୯ ମାସ ଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ମନ୍ଦିର ଖୋଲିବା ନିଷ୍ପତ୍ତି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଥିଲେ ଓ ରାଜ୍ୟ ସରକାର ଏନେଇ ଜିଲ୍ଲା ପ୍ରଶାସନଙ୍କୁ ଦାୟିତ୍ୱ ଦେଇଥିଲେ । ତେବେ ଶ୍ରୀମନ୍ଦିର ଖୋଲିବା ପାଇଁ ଦୀର୍ଘଦିନ ଧରି ଭକ୍ତ, ସେବାୟତ ରାଜନେତାମାନେ ଦାବି କରି ଆସୁଥିଲେ। ଛତିଶା ନିଯୋଗ ବୈଠକର ଏହି ନିଷ୍ପତି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଖୁସି କରିଛି।

Leave A Reply

Your email address will not be published.