ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି

ଚନ୍ଦନ ଯାତ୍ରା ନୀତିନିର୍ଦ୍ଦଣ୍ଟକୁ ମିଳିବ ଅନୁମୋଦନ

ପୁରୀ, ୨୨୪: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଦୁଇ ବର୍ଷ ପରେ ଭକ୍ତଙ୍କ ମେଳିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଚନ୍ଦନଯାତ୍ରାକୁ ବାହାରିବେନରେନ୍ଦ୍ର ତୀର୍ଥ ପୁଷ୍କରିଣୀରେ ମହାପ୍ରଭୁ ଚାପ ଖେଳିବେ ଏହି ଯାତ୍ରାର ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଅନୁମୋଦନ ଦେଇ ସାରିଛି ଆଜି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଏହି ନୀତିନିର୍ଘଣ୍ଟକୁ ଅନୁମୋଦନ ମିଳିବ। ଏହାବ୍ୟତୀତ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ବ୍ୟୟ ଅଟକଳ ଉପରେ ବୈଠକରେ ଲୋଚନା ମଧ୍ୟ ହେବ

ନୀଳାଦ୍ରି ଭକ୍ତ ନିବାସ ସଭା କକ୍ଷରେ ହେବାକୁ ଥିବା ଏହି କମିଟି ବୈଠକରେ ଭିଭିଆଇପିଙ୍କ ଦର୍ଶନ ବ୍ୟବସ୍ଥା ଓ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବାର ଆଭାସ ମିଳିଛିପରିଚାଳନା କମିଟି ଅଧ୍ୟକ୍ଷ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ନୂତନ କରି ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ସମେତ ପୁରୀ ଜିଲ୍ଲାପାଳ, ସ୍‌ପି, ସମସ୍ତ ପ୍ରଶାସକପରିଚାଳନା କମିଟି ସଦସ୍ୟମାନେ ବୈଠକରେ ଯୋଗ ଦେବେ ।

Comments are closed.