ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ଦିଲ୍ଲୀରେ ବିଜେପିର ମହାମିଶ୍ରଣ ପର୍ବ

0

ଭୁବନେଶ୍ଵର, ୨୮/୦୩ : ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ମହା ମିଶ୍ରଣ ପର୍ବ। ବିଜେପିରେ ଯୋଗଦେଲେ ଓଡ଼ିଶାର ୩ ହେଭିୱେଟ୍। କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଅଛନ୍ତି।

ସୂଚନାନୁଯାୟୀ, ଗତ ୨୨ରେ ବିଜେଡିରୁ ଇସ୍ତଫା ଦେଇଥିଲେ ଭର୍ତ୍ତୃହରି। କଟକରୁ ସାଂସଦ ଭାବେ ସେ ୬ଥର ନିର୍ବାଚିତ ହୋଇଛନ୍ତି। ବିଜେପି ତାଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ କରିପାରେ । ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ ନିକଟରେ ସେ ଦଳ ଛାଡ଼ିଛନ୍ତି। ସେହିପରି ବିଜେଡିର ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ସେ ୨୦୦୯ ଓ ୨୦୧୪ରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ନିର୍ବାଚନ ଲଢି ନଥିଲେ।

 

Leave A Reply

Your email address will not be published.