ଏସ୍‌ଆଇଟି ହାତରେ ପରୀ ରକ୍ତ ଲଗା ଗାମୁଛା

0

ଭୁବନେଶ୍ବର, ୨୩।୧୨: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଆଉ ଏକ ବଡ଼ ପ୍ରମାଣ ଏସ୍‌ଆଇଟିର ହସ୍ତଗତ ହୋଇଛି। ଅଭିଯୁକ୍ତ ସରୋଜ ସେଠୀ ପରୀକୁ ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା। ସେହି ରକ୍ତକୁ  ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ଉକ୍ତ ଗାମୁଛା ଏସ୍ଆଇଟି ହାତରେ ଲାଗିଥିବା ସୂଚନା ମିଳିଛି। ଯଦୁପୁର ଗାଁରେ ଅଭିଯୁକ୍ତ ସରୋଜ ସେଠୀ ଘରୁ ଉକ୍ତ ଗାମୁଛା ମିଳିଥିବା ଜଣାପଡ଼ିଛି। ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞମାନେ ସ୍ପଷ୍ଟ କରିଥିବା ଏସ୍‌ଆଇଟି କହିଛି। ଉକ୍ତ ଗାମୁଛାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ। ଏହି ଘଟଣାରେ ଅଭିଯୁକ୍ତକୁ  ପୂର୍ବରୁ ଗିରଫ କରିଛି ଏସ୍ଆଇଟି।

ସେପଟେ  ଯଦୁପୁରରେ ଶେଷ ହୋଇଛି ଓଡ୍ରାଫର ଅପରେସନ। ଗତକାଲି ଗାଁ ପୋଖରୀରୁ ଏକ ଲେଗିନ୍‌ସ୍‌ ମିଳିବା ସତ୍ତ୍ୱେ ଆଜି ମଧ୍ୟ ପୋଖରୀରେ ଖୋଜାଖୋଜି କରିଥିଲା ୧୦ ଜଣିଆ ଓଡ୍ରାଫ ଟିମ୍  । ପ୍ରାୟ ଦିନ ଗୋଟାଏ ବେଳେ ଏହି ଅପରେସନ ସରିଛି । ଏହା ପରେ ଓଡ୍ରାଫ ଟିମ୍ ସେଠାରୁ ଫେରି ଆସିଛି ।

ଆଜି ସକାଳେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଧ୍ୟ ଯଦୁପୁରରେ ପହଞ୍ଚିଥିଲେ  ଏବଂ ଓଡ୍ରାଫ ଅପରେସନର ଅନୁଧ୍ୟାନ କରିଥିଲେ । ଗତକାଲି ପମ୍ପ ଯୋଗେ ପୋଖରୀର ପ୍ରାୟ ୭୫ ପ୍ରତିଶତ ପାଣି ଶୁଖା ଯାଇଥିଲା।  ଅଧା ଶୁଖା ପୋଖରୀରୁ କାଲି ଗୋଟିଏ ଲେଗିନ୍‌ସ୍‌ ମିଳିଥିଲା । ତେବେ ଏହି ଲେଗିନ୍‌ସ୍‌ କାହାର, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି । ତେବେ ଲେଗିନ୍‌ସ୍‌ କାହାର ସ୍ପଷ୍ଟ ଭାବେ ଜଣାପଡ଼ି ନଥିବା ବେଳେ ତାହା ଏବେ ଏସ୍ଆଇଟି ହେପାଜତରେ ଅଛି।

Leave A Reply

Your email address will not be published.