ସୋଆ ଏସ୍‌ଏଚ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ୭ ଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଆୟୋଜିତ

0

ଭୁବନେଶ୍ୱର,୨୧/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଚଳିତ ବର୍ଷ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଲାଗି ୭ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଯାଇଛି । ଅନୁଷ୍ଠାନ ପରିସରରେ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ “ଚେକ୍ ଇନ୍ ପ୍ରୋଗ୍ରାମ ୨୦୨୩”ରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲ୍‌ର ଅଧ୍ୟକ୍ଷ କର୍ଣ୍ଣେଲ୍ ବାଲୁ ଭାରଥ ଓ ଦ ଟ୍ରାଇଡେଣ୍ଟ ହୋଟେଲ୍‌ର ମ୍ୟାନେଜର ରୋହିତ ତିୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କୁଳପତି ପ୍ରଫେସର ନନ୍ଦ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ସେମାନଙ୍କର ଭବିଷ୍ୟତ ଖୁବ୍ ଉଜ୍ୱଳ ବୋଲି କହିଥିଲେ । ଏହି ଅବସରରେ ସୈନିକ ସ୍କୁଲ୍‌ର ଅଧ୍ୟକ୍ଷ କର୍ଣ୍ଣେଲ୍ ଭାରଥ ଛାତ୍ରଛାତ୍ରୀମାନଙ୍କୁ ଉଚିତ୍ ସ୍ଥାନ, ଉଚିତ୍ ସମୟ ଓ ଉଚିତ ପୋଷାକ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । କୌଣସି କାମକୁ ହୀନ ନ ଭାବି କାର୍ଯ୍ୟ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ ।

ସେହିପରି ରୋହିତ ତିୱାରୀ ନୈତିକ ମୂଲ୍ୟବୋଧ ଓ ଆଗ୍ରହ ଉପରେ ଅଧିକ ମନୋନିବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.