ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ସମର୍ କ୍ୟାମ୍ପ ଆରମ୍ଭ

0

ଭୁବନେଶ୍ୱର, ୬/୦୫: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦ ଦିନିଆ ସମର କ୍ୟାମ୍ପ ଆରମ୍ଭ । କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ଏହି କ୍ୟାମ୍ପ ଆରମ୍ଭ ହୋଇଛି । ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପ ଲେକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀ ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହାକୁ ଉଦ୍‌ଘାଟନ କରିଥିଲେ । ବିଭିନ୍ନ ସ୍କୁଲ୍‌ର ୫ ମରୁ ୧୦ମ ଶ୍ରେଣୀର ଅଧ୍ୟୟନ କରୁଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଛନ୍ତି ।

ସୋଆର କ୍ୟାମ୍ପସ୍ -୨ ଏବଂ କ୍ୟାମ୍ପସ୍ -୫ ରେ ଏକକାଳୀନ ଭାବେ  ଏହି କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ  ଭଲିବଲ୍‌, ବାସ୍କେଟବଲ୍‌,  ଟେବୁଲ୍ ଟେନିସ୍‌,  ଲନ୍ ଟେନିସ  ଓ କ୍ରିକେଟ ଭଳି କ୍ରୀଡ଼ାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।  ପ୍ରତ୍ୟେକ ଦିନ ଅପରାହ୍ଣ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ । ସୋଆ ପକ୍ଷରୁ ତୃତୀୟ ବର୍ଷ  ପାଇଁ ଏହି କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ ମିଳିବ ବୋଲି  ଏହି କ୍ୟାମ୍ପକୁ ଉଦ୍‌ଘାଟନ କରିବା ସମୟରେ ପ୍ରଫେସର ଦାସ କହିଛନ୍ତି । ପ୍ରାୟ ୧୦୦୦ରୁ ଅଧିକ ପିଲାମାନଙ୍କୁ ପ୍ରତ୍ୟେକ ବର୍ଷ  ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖିଥିବା ବେଳେ ଆବଶ୍ୟକ ହେଲେ ବାହାରୁ ପ୍ରଶିକ୍ଷକଙ୍କୁ ଅଣାଯାଇ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋଆର କ୍ରୀଡ଼ା ଅଫିସର ଶ୍ରୀମତି ସୁନୀତା ବର୍ମାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।  ଏହି କ୍ୟାମ୍ପରେ କୋଚ୍ ପ୍ରିୟମ ମଲ୍ଲିକ୍ କ୍ରିକେଟ୍ ପ୍ରଶିକ୍ଷଣ ଦେଉଥିବାବେଳେ ସହିଦ  ହୁସେନ୍ ଟେବୁଲ୍ ଟେନିସ୍‌,  ଉର୍ବଶୀ  ମଲ୍ଲିକ  ବାସ୍କେଟବଲ , ବରେଶ ମିଶ୍ର ଭଲିବଲ୍ ଓ ସୁବ୍ରତ ନାୟକ ଲନ୍ ଟେନିସ୍‌ରେ ପ୍ରଶିକ୍ଷଣ ଦେଉଛନ୍ତି ।

 

Leave A Reply

Your email address will not be published.