ସୌରଭ ଗାଙ୍ଗୁଲିଙ୍କୁ ହୃଦ୍‌ଘାତ

0

କୋଲକାତା, ୨।୧: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦ୍‌ଘାତର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ କୋଲକାତାର ଉଡ୍‌ଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇ ପାରେ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜିମ୍‌ରେ ୱାର୍କଆଉଟ୍ କରୁଥିବା ବେଳେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ଭଲ ଅନୁଭବ ନ କରିବାରୁ ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ମାଇଲ୍ଡ ଆଟାକ୍ ହୋଇଥିବା କୁହାଯାଉଛି।  ତାଙ୍କର କିଛି ପରୀକ୍ଷା ହୋଇଛି ଓ ଆଉ କିଛି ହେବ ବୋଲି ଜଣାପଡ଼ିଛି।

ଏ ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗାଙ୍ଗୁଲିଙ୍କୁ ଶୀଘ୍ର ସୁସ୍ଥ କରି ଦେବା ପାଇଁ ସେ ପ୍ରାର୍ଥନା କରିଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି।

Leave A Reply

Your email address will not be published.