ଆଜି ଓଡ଼ିଶାରୁ ବାହୁଡ଼ି ଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର ୨୩/୧୧: ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉପକୂଳର ୧୧ଟି ଜିଲ୍ଲାରୁ ଆଜି ମୌସୁମୀ ଅପସାରିତ ହୋଇଥିବା ବେଳେ ଆଜି ସାରା ଓଡ଼ିଶାରୁ ମୌସୁମୀ ଫେରିଯାଇଛି। ୧୦ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲା। ତଥାପି ଉପକୂଳ ଜିଲ୍ଲାଗୁଡ଼ିକରେ ମୌସୁମୀ ସକ୍ରିୟ ରହିଥିଲା। ତେବେ ଆଜି ଉପକୂଳ ଛାଡ଼ିବା ସହ ଓଡ଼ିଶା ବି ଛାଡ଼ିଛି ମୌସୁମୀ। ଏନେଇ ସ୍ପଷ୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୬ ତାରିଖରେ ସାରା ଦେଶରୁ ମୌସୁମୀ ଫେରିବ।

ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ କଳିଙ୍ଗପଟ୍ଟନମ୍, ନନ୍ଦିଗ୍ରା, କୁର୍ନୁଲ, ଗାଦାଗମଜଲି ମଧ୍ୟ ଦେଇ ଗତି କରୁଛି। ଏହା ଆସନ୍ତା ୨୬ ତାରିଖ ସୁଦ୍ଧା ଫେରିଯିବ। ଜୁନ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୧୧୨୨.୫ ମିମି ବର୍ଷା ହୋଇଛି। ସ୍ବାଭାବିକ ଭାବେ ଏହି ସମୟ ଅବଦ୍ଧି ମଧ୍ୟରେ ୧୨୪୩.୮ ମିମି ବର୍ଷା ହୋଇଥାଏ। ଅର୍ଥାତ ଏହି ସମୟ ଅବଦ୍ଧି ମଧ୍ୟରେ ୧୦% କମ ବର୍ଷା କରାଇ ଫେରିଯାଇଛି ମୌସୁମୀ।

ସେହିଭଳି ରାଜ୍ୟରେ ଆସନ୍ତା ୪-୫ ଦିନ ପାଗ ଶୁଖିଲା ରହିବହେଲେ ଧୀରେ ଧୀରେ ତାପମାତ୍ରା କମିବଓଡ଼ିଶାରେ ଡିସେମ୍ବର ୧୫ରୁ ଜାନୁଆରି ୧୫ ମଧ୍ୟରେ ସର୍ବାଧିକ ଶୀତର ପ୍ରକୋପ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ସୂଚନା ଦେଇଛନ୍ତି।

Comments are closed.