ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଜେଇଇ, ୪ଟି ସିଫ୍ଟରେ ହେବ ପରୀକ୍ଷା

0

ଭୁବନେଶ୍ବର, ୨୪।୮: ଆସନ୍ତା ସେପ୍ଟେମ୍ବର ୩ ତାରିଖ ଠାରୁ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡରେ ୪ଟି ସିଫ୍ଟରେ ପରୀକ୍ଷାର ଆୟୋଜନ କରାଯିବ ବୋଲି ଓଡ଼ିଶା ଓଜେଇ ଚେୟାରମ୍ୟାନ୍‌ ସୂଚନା ଦେଇଛନ୍ତି। ପରୀକ୍ଷା ସୂଚୀ ଓଜେଇର ୱେବସାଇଟ୍‌ www.ojee.nic/www.odishajee.comରେ ଉପଲବ୍ଧ ହେବ।

ସେହିଭଳି ସେପ୍ଟେମ୍ବର ୭ ତାରିଖ ପୂର୍ବାହ୍ନ ୯ଟାରୁ ୧୦ଟା ବି ଫାର୍ମ, ଦିନ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ବି.ଫାର୍ମ ସହିତ ଏମ୍‌ ଟେକ୍‌ (ସବୁ ବିଷୟ) ଓ ଏମ୍‌ ଆର୍କିଟେକ ସହିତ ଏମ୍‌ ଫାର୍ମ ଏବଂ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ପରୀକ୍ଷା ହେବ।

Leave A Reply

Your email address will not be published.